ଲୋକଙ୍କ ନିକଟତର ହୁଅ । ସେମାନଙ୍କ ସମସ୍ୟା ବୁଝ । ପୋଲିସ ଠାରୁ ଲୋକେ କ’ଣ ଆଶା କରୁଛନ୍ତି, ସେଥିପ୍ରତି ଯତ୍ନବାନ ହୁଅ । ପୋଲିସ ଅଧିକାରୀଙ୍କୁ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ଠାରୁ ଆରମ୍ଭ ହୋଇଥିବା ପୋଲିସ ସମ୍ମିଳନୀର ଉଦଯାପନୀ ଦିବସରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପୋଲିସ ଅଧିକାରୀଙ୍କୁ ଉଦବୋଧନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପୋଲିସମାନଙ୍କୁ ଏକ ଉତ୍ତମ ବାତାବରଣ ଦେବାକୁ ଆମେ ସର୍ବଦା ଚେଷ୍ଟିତ । ଆଇନଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟ ପୋଲିସକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ହକି ବିଶ୍ୱକପ ସଫଳ ପରିଚାଳନା ପାଇଁ କମିଶନରେଟ ପୋଲିସକୁ ବାହାବା ଦେଇଛନ୍ତି ।
ସମ୍ମିଳନୀର ଦ୍ୱିତୀୟ ଦିନରେ ସାଇବର ଅପରାଧକୁ ମୁକବିଲା କରିବା ପାଇଁ ସ୍ୱତନ୍ତ୍ର ରଣନିତୀ ପ୍ରସ୍ତୁତ କରାଯାଇଥିଲା । ସାଇବର ତଦନ୍ତ କ୍ଷେତ୍ରରେ ସ୍ୱତନ୍ତ୍ର ଟ୍ରେନିଂ ସହ ଭିତ୍ତି ଭୂମିର ଆବଶ୍ୟକତା ଉପରେ ଦୃଷ୍ଟି ଦିଆଯାଇଥିଲା । ସୋସିଆଲ ମିଡିଆ ମନିଟରିଙ୍ଗ, ସଡକ ସୁରକ୍ଷା, ଭିଜିଲାନ୍ସ ଓ ଅଗ୍ନିଶମ ବିଭାଗ ସହ ଉତ୍ତମ ସଂପର୍କ ରଖିବା ନେଇ ଆଲୋଚନା କରାଯାଇଥିଲା । ସେହିଭଳି ଥାନା ଓ ପାଣ୍ଡିରେ ଏଫଆଇଆର କପି ଓ ତଦନ୍ତର ରିପୋର୍ଟ ଡିଜିଟାଲ କରିବା ପାଇଁ ଆଲୋଚନା ହୋଇଥିଲା । ଆଗଭଳି ମାନୁଆଲରେ କାମ ନହୋଇ ଅନଲାଇନ କାମ ପାଇଁ ଉଦ୍ୟମ ଚାଲିଥିବା ସୂଚନା ଦେଇଥିଲେ ବରିଷ୍ଠ ଅଧିକାରୀ ।

LEAVE A REPLY

Please enter your comment!
Please enter your name here