ଆମେରିକାର କାଲିଫର୍ଣ୍ଣିଆରେ ଜଣେ ମହିଳାଙ୍କର ଡେଲିଭରି ସମୟରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ. ଯାହାକୁ ଦେଖି ଡାକ୍ତରଙ୍କ ସମେତ ସବୁ ହସ୍ପିଟାଲ କର୍ମଚାରୀ ଅଟକି ଗଲେ. ଡାକ୍ତର ସିଜରିଆନ ଡେଲିଭରି କରୁଥିବା ସମୟରେ ହଠାତ ତାଙ୍କ ହାତ ଅଟକି ଯାଇଥିଲା. କାରଣ ସେହି ସମୟରେ ତାଙ୍କ ହାତକୁ କିଏ ଟାଣି ଧରିଥିଲା. ତେବେ ଏଭଳି କାମ ଆଉ କାହାର ନଥିଲା ବରଂ ମା ଗର୍ଭରେ ଥିବା ଶିଶୁଟିର ଥିଲା. ଏହା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହିଯାଇଥିଲେ. ପରେ ଶିଶୁର ପିତା ସେହି କ୍ଷଣକୁ କ୍ୟାମେରାରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ. ବର୍ତ୍ତମାନ ଏହା ଭାଇରାଲ ହେଉଛି.

LEAVE A REPLY

Please enter your comment!
Please enter your name here