କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୁପ୍ତି ଛକରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୟ ବିଶ୍ୱାଳ ଓରଫ୍ ବାବୁ ଆହତ ହୋଇଛି. ଗତକାଲି କଣ୍ଡିରା ଗାଁରେ ହୋଇଥିବା ହତ୍ୟାକାଣ୍ଡରେ ସଞ୍ଜୟର ସଂପୃକ୍ତି ଥିବା ନେଇ ପୋଲିସ ତାକୁ ଧରିବା ପାଇଁ ଚେଷ୍ଟା କରୁଥିଲା. ଗତକାଲି ସେ ଖସି ପଳାଇଯିବା ପରେ ପୋଲିସ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା. ସଞ୍ଜୟ ଓରଫ୍ ବାବୁକୁ ପାଇବା ପରେ ପୋଲିସ ଏନକାଉଣ୍ଟର କରିଛି ଏବଂ ତାର ବାମ ପଟ ଗୋଡରେ ଗୁଳିବାଜିଛି. ପ୍ରଥମେ ତାକୁ ରାଜନଗର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ମାତ୍ର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି. ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି କଣ୍ଡିରା ଗାଁରେ କିଶୋର ସେଠି ନାମକ ଜଣେ ଯୁବକଙ୍କୁ ନିଜ ଘରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା. ଏଥିରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଅଧିକ ତଥ୍ୟ ପାଇଁ ପୋଲିସ ସଞ୍ଜୟକୁ ଖୋଜୁଥିଲା. ତେବେ ସଞ୍ଜୟ ନାଁରେ ବିଭିନ୍ନ ଥାନାରେ 10ରୁ ଉର୍ଦ୍ଧ୍ୱ ମାମଲା ରହିଥିବା ପୋଲିସ ସୂଚନା ଦେଇଛି.

LEAVE A REPLY

Please enter your comment!
Please enter your name here