ଟ୍ରି ମ୍ୟାନ. ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ. ହେଲେ ଏଭଳି ଚକିତକର ଦୃଶ୍ୟ ଦେଖିବାକୁ ମିଳିଛି ବାଂଲାଦେଶର ଅବୁଲ ବାଞ୍ଜଦରଙ୍କ ନିକଟରେ. ତାଙ୍କର ଏଭଳି ଏକ ଦୁର୍ଲଭ ରୋଗ ଅଛି ଯେଉଁଥିପାଇଁ ତାଙ୍କ ହାତ ଓ ପାଦରେ ଗଛ ଭଳି ଶାଖା ହୋଇଛି. 28 ବର୍ଷର ଅବୁଲଙ୍କ ନିକଟରେ ଏହି ରୋଗ ପାଇଁ 3 ବର୍ଷ ପୂର୍ବେ ସାରା ଦୁନିଆରେ ସେ ଚର୍ଚ୍ଚା ଘେରକୁ ଆସିଥିଲେ. ହାତ ଓ ପାଦରେ ଶାଖା ଭଳି କିଛି ଉଠୁଥିବାରୁ ସେ ତାକୁ ଶେଷ କରିବା ପାଇଁ ସର୍ଜରୀ ମଧ୍ୟ କରିଥିଲେ. ହେଲେ ଏବେ ଏହା ପୁଣି ଥରେ ତାଙ୍କ ପାଖରେ ଦେଖା ଦେଇଛି. Epidermodysplasia Verruciformis ନାମକ ଏକ ରୋଗ ପାଇଁ ତାଙ୍କ ହାତ ଓ ପାଦରେ ଗଛ ଭଳି ଉଠୁଥିବା ଡାକ୍ତର କହିଛନ୍ତି. ଇମ୍ୟୁନ ସିଷ୍ଟମରେ କିଛି ଅସୁବିଧା ଥିଲେ ଏହି ରୋଗ ହୋଇଥାଏ. ଫଳରେ HPV(human papilloma virus) ହେବାର ଆଶଙ୍କା ବଢିଯାଏ ଏବଂ ସ୍କିନ ଲୋସିୟନ୍ସ ଓ ମେଲାନୋମା କ୍ୟାନସର ଭଳି ରୋଗ ହେବାର ଆଶଙ୍କା ମଧ୍ୟ ବଢିଯାଏ.