ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତ ଓ ସାରା ଅଲ୍ଲି ଖାନ ଦୁହେଁ ଫିଲ୍ମ ‘କେଦାରନାଥ’ରେ ଏକାଠି ଡେବ୍ୟୁ କରିଥିଲେ. ଫିଲ୍ମରେ ଏହି ଦୁଇ ଯୋଡିକୁ ଦର୍ଶକେ ପସନ୍ଦ କରିଥିବା ବେଳେ ଦୁହିଁଙ୍କ କେମେଷ୍ଟ୍ରି ମଧ୍ୟ ବେଶ୍ ଭଲ ଥିଲା. ମାତ୍ର ଏବେ ସୁଶାନ୍ତ ଓ ସାରା ରିୟଲ ଲାଇଫରେ ମଧ୍ୟ କପୁଲ ବୋଲି ଚର୍ଚ୍ଚା ହେଉଛି. ତେବେ ମିଳିଥିବା ସୂଚନା ଅନୁସାରେ, 21 ଜାନୁୟାରୀରେ ସୁଶାନ୍ତଙ୍କ ଜନ୍ମଦିନ ଥିଲା. ଆଉ ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ସାରା ଡେରାଡୁନରୁ ଆସିଥିଲେ. ଏହାକୁ ଖାସ କରିବା ପାଇଁ ସାରା ସାଙ୍ଗରେ କେକ୍ ମଧ୍ୟ ଆଣିଥିଲେ. ପରେ ଦୁଇ ଲଭବାର୍ଡ ଡିନର ଡେଟରେ ଯାଇଥିଲେ. ତେବେ ଦୁହିଁଙ୍କର ଏଭଳି ବ୍ୟବହାରରୁ ଜଣାପଡୁଛି ଯେ, ବଲିଉଡରେ ଏବେ ଏମାନେ ଲଭବାର୍ଡ ବନିଯାଇଛନ୍ତି.

 

LEAVE A REPLY

Please enter your comment!
Please enter your name here