ମାଲକାନଗିରିରେ ମାଓବାଦୀଙ୍କ ମେଳି. ଗାଁ କୁ ଗାଁ ବୁଲି ମାଓବାଦୀ ସେମାନଙ୍କ ସମର୍ଥକ ଯୋଗାଡ କରିବାରେ ଲାଗିଛନ୍ତି. ପୋଲିସ ଓ ଯବାନଙ୍କ ମିଳିତ ମାଓ ବିରୋଧୀ ଅଭିଯାନ ଯୋଗୁ ଗତ କିଛି ମାସ ଧରି ମାଲକାନଗିରି ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ଥମି ଯାଇଥିବା ବେଳେ ଏବେ ପୁଣି ସେମାନେ ମେଳି ବାନ୍ଧିବା ଆରମ୍ଭ କରିଛନ୍ତି. ଜାନୁଆରୀ 24 ତାରିଖରେ ବିଚ୍ଛିନ୍ନାଞ୍ଚଳର ଅଣ୍ଡରାପାଲିରେ ବିଭିନ୍ନ ଗାଁର ମାଓବାଦୀ ସମର୍ଥକଙ୍କୁ ନେଇ ସଭା କରିଥିଲେ ମାଓବାଦୀ. ସେମାନେ ଖୁଲମଖୁଲା ପୋଲିସ ଓ ପ୍ରଶାସନ ବିରୋଧରେ ପୁଣି ଅଭିଯାନ ଆରମ୍ଭ କରିଛନ୍ତି. ଜାନୁଆରୀ 25 ଠାରୁ 31 ତାରିଖ ପର୍ଯ୍ୟନ୍ତ ପାଳନ କରୁଛନ୍ତି ସମାଧାନ ବିରୋଧୀ ଅଭିଯାନ. ଏଥିସହିତ ଭାରତ ବନ୍ଦକୁ ସଫଳ କରିବାକୁ ମାଓବାଦୀ ଆହ୍ବାନ ଦେଇଛନ୍ତି. ବିଭିନ୍ନ ସ୍ଥାନରେ ତେଲୁଗୁ ଭାଷାରେ ପୋଷ୍ଟର ଲଗାଇ ମାଓବାଦୀଙ୍କୁ ସମର୍ଥନ କରିବାକୁ ଆହ୍ବାନ ଦେଇଛନ୍ତି. ଗତ କିଛି ମାସ ଭିତରେ ପୋଲିସ ଓ ଯବାନଙ୍କ ମିଳିତ କମ୍ବିଂ ଓ ଏନକାଉଣ୍ଟରରେ ବହୁ ତୁଙ୍ଗ ମାଓବାଦୀ ନେତା ନିହତ ହୋଇଥିଲେ. ଏହାପରଠୁ ମାଓବାଦୀଙ୍କ ପ୍ରଭାବ କମିଥିବା କୁହାଯାଉଥିଲା. ମାତ୍ର କିଛି ଦିନ ନିରବ ରହିଥିବା ମାଓବାଦୀମାନେ ସେମାନଙ୍କ ଶକ୍ତି ବୃଦ୍ଧି କରିବାରେ ଲାଗି ପଡିଛନ୍ତି. କମ୍ ବୟସର ପୁଅଝିଅଙ୍କୁ ମାଓବାଦୀ କ୍ୟାମ୍ପରେ ସାମିଲ କରୁଛନ୍ତି.

LEAVE A REPLY

Please enter your comment!
Please enter your name here