ବାଘୁଣୀ ସୁନ୍ଦରୀ ବାରମ୍ବାର ଲୋକଙ୍କୁ ମାରି ଖାଉଥିବା ଅଭିଯୋଗ ଆସିବା ପରେ ବନ ବିଭାଗ ଏକ ନିଷ୍ପତ୍ତି ନେଇଛି. ସୁନ୍ଦରୀକୁ ନଜର ରଖିବା ପାଇଁ ଦୁଇ ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରକୁ ଶିମିଳିପାଳରୁ ଅଣାଯାଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି. ଶିମିଳିପାଳରୁ ସାତକୋଶିଆକୁ ଏହି ଦୁଇ ହାତୀକୁ ଅଣାଯାଇଛି. ରାଜକୁମାର କମ ବୟସର ହୋଇଥିବା ବେଳେ ମହେନ୍ଦ୍ରକୁ ଅଧିକ ବୟସ. ତେବେ ଏମାନେ କେଉଁଭଳି ଭାବେ ବାଘୁଣୀ ସୁନ୍ଦରୀକୁ ଜଗିବେ ତାହା ଦେଖିବାକୁ ବାକି ରହିଲା.

LEAVE A REPLY

Please enter your comment!
Please enter your name here