ବିଶ୍ୱର ବୃହତ୍ତମ ଶବ୍ଦକୋଷ କୁହାଯାଉଥିବା ଅକ୍ସଫୋର୍ଡ ଡିକ୍ସନାରୀରେ ଶବ୍ଦ ‘ନାରୀ ଶକ୍ତି’କୁ ମିଳିଛି ସମ୍ମାନ. ମହିଳାଙ୍କୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି. ନାରୀ ଶକ୍ତିକୁ 2018ର ୱାର୍ଡ ଅଫ୍ ଦ ଇୟର ରୂପେ ଘୋଷଣା କରାଯାଇଛି. ଅକ୍ସଫୋର୍ଡର ସୂଚନା ଅନୁସାରେ, ଏହି ଶବ୍ଦକୁ ସଂସ୍କୃତରୁ ନିଆଯାଇଛି. ତେବେ ବିଗତ କିଛି ବର୍ଷ ମଧ୍ୟରେ ଦେଶର ବିକାଶକୁ ଆଗକୁ ବଢାଇବାରେ ନାରୀଙ୍କ  ମହତ୍ତ୍ୱକୁ କେନ୍ଦ୍ର ସରକାର ଅଧିକ ଧ୍ୟାନ ଦେଇଛନ୍ତି ବୋଲି ଏ ନେଇ ନିଷ୍ପତ୍ତି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି. ଏହାଛଡା ମହିଳାଙ୍କୁ ନେଇ ଥିବା ଅନେକ ନୀତି ନିୟମରେ ମଧ୍ୟ ସଂଶୋଧନ କରାଯାଇଛି. ଅନ୍ୟପଟେ ସାରାଦେଶରେ ନାରୀ ସଶକ୍ତିକରଣ ଓ ନାରୀ ଅଧିକାରକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହୁଥିବା ମଧ୍ୟ ଦେଖିବାକୁ ମିଳିଛି. ଯେଉଁଥିପାଇଁ ଏହି ଶବ୍ଦକୁ ଅତି ଗୁତୁତ୍ୱର ସହ ଗ୍ରହଣ କରାଯାଇଛି. ନାରୀ ଶକ୍ତିକୁ ସମ୍ମାନ ଜଣାଇ ସୁପ୍ରିମକୋର୍ଟ ଟ୍ରିପଲ ତଲାକକୁ ନିଷିଦ୍ଧ ଘୋଷଣା କରିଥିବା ବେଳେ କେରଳସ୍ଥିତ ସାବରୀମାଳାରେ ମହିଳାମାନେ ପ୍ରବେଶ ମଧ୍ୟ କରିପାରିବେ ବୋଲି ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଛନ୍ତି.

 

 

LEAVE A REPLY

Please enter your comment!
Please enter your name here