ଭାରତର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜଙ୍କ ସୋମବାର ସକାଳ 6 ଟା ସମୟରେ ପରଲୋକ ହୋଇଛି. ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ 89 ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି. ଫର୍ଣ୍ଣାଣ୍ଡେଜ ଲମ୍ବା ସମୟ ଧରି ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ଥିଲେ. ତେବେ ଜର୍ଜଙ୍କ ଜନ୍ମ 3 ଜୁନ 1930 ମସିହାରେ ହୋଇଥିଲା ଓ ସେ ଅଟଳ ସରକାରରେ 2001ରୁ 2004 ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱରେ ଥିଲେ. 1967 ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ. ପ୍ରତିରକ୍ଷା ମନ୍ତ୍ରୀ ସହ ସେ ଶିଳ୍ପ ଓ ରେଳବାଇ ବିଭାଗ ଦାୟିତ୍ୱରେ ମଧ୍ୟ ଥିଲେ.

LEAVE A REPLY

Please enter your comment!
Please enter your name here