ଝାଡ଼ଖଣ୍ଡର ବିମାନ ଦୁର୍ଘଟଣା ମାମଲାରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋର ପ୍ରାଥମିକ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି। ତଦନ୍ତକାରୀ ଦଳ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରି ଆବଶ୍ୟକୀୟ ପ୍ରମାଣ ସଂଗ୍ରହ କରିଛନ୍ତି ଏବଂ ବିମାନର ଭଙ୍ଗା ଅଂଶରୁ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନ ଓ ଅନ୍ୟାନ୍ୟ ଯନ୍ତ୍ରାଂଶକୁ ବିସ୍ତୃତ ପରୀକ୍ଷା ପାଇଁ ମୁଖ୍ୟାଳୟକୁ ପଠାଇଛନ୍ତି। ସୂଚନା ଅନୁଯାୟୀ, ବିମାନର ଭଙ୍ଗା ଅଂଶଗୁଡ଼ିକୁ ଏକ ସୁରକ୍ଷିତ ସ୍ଥାନରେ ରଖି ତଦନ୍ତ କରାଯାଉଛି। ତଦନ୍ତକାରୀ ଦଳ ପ୍ରତ୍ୟକ୍ଷଦର୍ଶୀ, ଏୟାରଲାଇନ ଅପରେଟର, ସ୍ଥାନୀୟ ପ୍ରଶାସନ ଏବଂ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ବିମାନର ରକ୍ଷଣାବେକ୍ଷଣ ଏବଂ ପରିଚାଳନା ସମ୍ବନ୍ଧୀୟ ରେକର୍ଡ ସଂଗ୍ରହ କରାଯାଇଛି ଏବଂ ରାଞ୍ଚିରେ ଭରାଯାଇଥିବା ଇନ୍ଧନର ନମୁନା ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି। ତଦନ୍ତକାରୀ ଦଳ ରାଞ୍ଚି ଏବଂ କୋଲକାତା ଏୟାର ଟ୍ରାଫିକ କଣ୍ଟ୍ରୋଲ କେନ୍ଦ୍ର ପରିଦର୍ଶନ କରି ଆବଶ୍ୟକୀୟ ଦସ୍ତାବିଜ ଏବଂ ସୂଚନା ହାସଲ କରିଛନ୍ତି । AAIB ପକ୍ଷରୁ ICAO, ଆମେରିକାର NTSB ଏବଂ କାନାଡାର TSB କୁ ପ୍ରାଥମିକ ସୂଚନା ପଠାଯାଇଛି। ତଦନ୍ତକାରୀ ସଂସ୍ଥା ସ୍ପଷ୍ଟ କରିଛି ଯେ, ଏହି ତଦନ୍ତର ମୂଳ ଉଦ୍ଦେଶ୍ୟ ହେଉଛି ଭବିଷ୍ୟତରେ ଏଭଳି ଦୁର୍ଘଟଣାକୁ ରୋକିବା, କାହା ଉପରେ ଦୋଷ ଲଦିବା ନୁହେଁ।

LEAVE A REPLY

Please enter your comment!
Please enter your name here