ବାଲେଶ୍ୱରରେ ପୁଣି ଫୁଟିଲା ଗୁଳି. ସହଦେବଖୁଣ୍ଟା ଥାନା ଅନ୍ତର୍ଗତ କଣ୍ଟାବଣିଆ ଛକ ନିକଟରେ ଜଣେ ଯୁବକକୁ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି. ଆହତ ଯୁବକ ଜଣକ କଣ୍ଟାବଣିଆ ଅଞ୍ଚଳର ସୁରଜ ଦାସଙ୍କ ପୁଅ ବିରଞ୍ଚି ଦାସ. ସୂଚନା ଅନୁସାରେ, ବିରଞ୍ଚି ଘରକୁ ଫେରୁଥିବା ସମୟରେ ଦୁଇ ଅଜଣା ଯୁବକ ତାଙ୍କୁ ପିଛା କରି ଗୁଳି ମାରିଥିଲେ. ପରେ ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା. ପୋଲିସ ଖବର ପାଇବା ପରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି. ତେବେ ଶତ୍ରୁତାକୁ ନେଇ କୁଳିକାଣ୍ଡ ହୋଇଥିବା ସନେ୍ଦହ କରାଯାଉଛି.

LEAVE A REPLY

Please enter your comment!
Please enter your name here