ରବିବାର ବହୁଜନ ସମାଜ ପାଟିଁରେ ମିଶିଛନ୍ତି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ଭୁବନେଶ୍ୱରରେ ଲୋୟର ପିଏମଜିରେ ଦଳର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସେ ବିଧିବଧ ଭାବେ ବିଏସପିରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ବିଏସପିର ରାଜ୍ୟ ପ୍ରଭାରୀ ଧରମବୀର ସିଂ ଉପସ୍ଥିତିରେ ସେ ଯୋଗ ଦେଇଛନ୍ତି । ପୂର୍ବରୁ କଂଗ୍ରେସରୁ ବହିଷ୍ଣୃତ ହୋଇଥିଲେ ସଗରିଆ । କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ପିଡୀତାଙ୍କୁ ନ୍ୟାୟ ମିଳିବାରେ ବିଫଳ ହୋଇଥିବା ଦର୍ଶାଇ ନୈତିକତା ଦୃଷ୍ଟିରୁ ସେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here