ଭାରତର ଆତ୍ମାକୁ କଂଗ୍ରେସ ହିଁ ଜାଣିଛି । ଗରିବଙ୍କ ବିକାଶ ପାଇଁ କଂଗ୍ରେସ ଯୋଜନା କରୁଛି । କ୍ଷମତାକୁ ଆସିଲେ କୃଷକଙ୍କ ଋଣ ଛାଡ଼ ହେବ,ଧାନର ଏମ୍‌ଏସ୍‌ପି ବଢ଼ିବ ଓ ଚାଷୀଙ୍କୁ ସୋଲାର ପମ୍ପ ଯୋଗାଇଦିଆଯିବ । ଛତିଶଗଡରେ କଂଗ୍ରେସ ସରକାର ଆସିବା କ୍ଷଣି ଧାନ କ୍ୱିଂଟାଲ ପିଛା ୨୫୦୦ ଟଙ୍କା ଦେବାର ବ୍ୟବସ୍ଥା କରିଛି । ଆଉ ଯଦି କଂଗ୍ରେସ ଓଡିଶାରେ କ୍ଷମତାକୁ ଆସେ ତେବେ ଏହାଠାରୁ ଅଧିକ ଅର୍ଥାତ୍ କ୍ୱିଟାଲ ପିଛା ୨୬୦୦ ଟଙ୍କା ଦେବ । ଖାଲି କଂଗ୍ରେସ କ୍ଷମତାକୁ ଆସିଯାଉ । ଭବାନୀପାଟଣାରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ ରାହୁଲ ଏହିଭଳି ପ୍ରତିଶ୍ରୁତି ବର୍ଷା କରିଛନ୍ତି । କଳାହାଣ୍ଡି ସହିତ ଆମର ସମ୍ପର୍କ ବହୁ ପୁରୁଣା । ଆଦିବାସୀ ଓ ଚାଷୀଙ୍କ ଜମି ହକ୍‌ କେହି ଛଡ଼ାଇ ନେଇପାରିବେନି। ଏହି ଅବସରରେ ମୋଦି ସରକାରଙ୍କୁ ରାହୁଲ ସମାଲୋଚନା କରିଛନ୍ତି । ମୋଦି ସରକାର ପୁଞ୍ଜିପତିଙ୍କ ପାଇଁ କାମ କରୁଛି । କୃଷକଙ୍କ ପ୍ରତି ମୋଦି ସରକାର ଉପହାସ କରିଛନ୍ତି । ଦିନକୁ ମାତ୍ର ୧୭ ଟଙ୍କା ଦେବାକୁ ଘୋଷଣା କରିଛନ୍ତି । କିନ୍ତୁ ଧନୀ ଲୋକଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରାଯାଇଛି ବୋଲି ରାହୁଲ କହିଛନ୍ତି ।

ଗତ 15 ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଓଡିଶା ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ.  ସାଧାରଣ ନିର୍ବାଚନ ପୂର୍ବରୁ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ରାହୁଲ ଗାନ୍ଧୀ  । ଭବାନୀପାଟଣାର ଶ୍ରୀକୃଷ୍ଣନଗର ପଡ଼ିଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାକଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, କଂଗ୍ରେସର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସହିତ ବହୁ ବରିଷ୍ଠ କଂଗ୍ରେସ ନେତା ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ରଣହୁଙ୍କାର ଦେଇଛନ୍ତି ।
ଆଜି ରାହୁଲ ଗାନ୍ଧୀ ଛତିଶଗଡ଼ର ରାୟପୁରର ଏ ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ଆସି ଭବାନୀପାଟଣାର ଶ୍ରୀକୃଷ୍ଣନଗର ପଡ଼ିଆରେ ଓହ୍ଳାଇଥିଲେ। ସେଠାରେ ତାଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହିତ ମଞ୍ଚ ଆଡକୁ ପାଛୋଟି ନେଇଥିଲେ। ଭବାନୀପାଟଣା ପରେ ରାଉରକେଲା ଯିବେ ରାହୁଲ.2014ରୁ କ୍ଷମତାକୁ ଆସିବା ପରେ ମୋଦି ସରକାରଙ୍କ ଟାର୍ଗେଟରେ ଓଡିଶା ଥିବା ବେଳେ ନିଜର ଅସ୍ତିତ୍ୱ ହରାଇ ସାରିଥିବା କଂଗ୍ରେସ ଟିକିଏ ସ୍ଥାନ ହାସଲ କରିବା ପାଇଁ ନିଜ ପ୍ରୟାସ ଜାରି ରଖିଛି.

LEAVE A REPLY

Please enter your comment!
Please enter your name here