ପରଲୋକରେ ଆସ୍କା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଲଡୁ କିଶୋର ସ୍ୱାଇଁ. ବୁଧବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି. ମୃତ୍ୟୁବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା. ଲଡୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି. କିଡନୀ ରୋଗରେ ଆକ୍ରାନ୍ତ ଥିଲେ ଲଡୁ କିଶୋର ସ୍ୱାଇଁ. ଗତକାଲି ରାତିରେ ତାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ. ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା. 1947 ମସିହାରେ ଜନ୍ମଗ୍ରହଣ କରିଥିବା ଲଡୁଙ୍କ ଶେଷକୃତ୍ୟ ଗଞ୍ଜାମ କବିସୂର୍ଯ୍ୟନଗରର ପଥରା ଗାଁରେ କରାଯିବ. ତେବେ 2014 ମସିହାରେ ଆସ୍କା ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଲଡୁ କିଶୋର. ଏହା ପୂର୍ବରୁ 2004ରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ. ତାଙ୍କ ବିୟୋଗରେ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି.

LEAVE A REPLY

Please enter your comment!
Please enter your name here