ରବିବାର ବସନ୍ତ ପଞ୍ଚମୀରେ ପ୍ରୟାଗରାଜରେ ଆରମ୍ଭ ହୋଇଛି ତୃତୀୟ ସାହି ସ୍ନାନ. ପ୍ରୟାଗରାଜ ଦିବ୍ୟ କୁମ୍ଭମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତୃତୀୟ ସାହି ସ୍ନାନ କରିଛନ୍ତି. ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ପବିତ୍ର ସଙ୍ଗମ ସ୍ଥଳରେ ବସନ୍ତ ପଞ୍ଚମୀରେ ବୁଡ ପକାଇବାକୁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା. ସାହିସ୍ନାନ ପାଇଁ ପ୍ରଶାସନ ପକ୍ଷରୁ ଆଠ କିଲୋମିଟର ବ୍ୟାପୀ ସଙ୍ଗମ ସ୍ଥଳର ୪୦ଟି ସ୍ଥାନରେ ସ୍ନାନ ଘାଟ କରାଯାଇଥିଲା. ବସନ୍ତ ପଞ୍ଚମୀ ପରେ ଶ୍ରଦ୍ଧାଳୁମାନେ ଆଉ ଦୁଇଟି ସାହି ସ୍ନାନ କରିପାରିବେ. ଆସନ୍ତା ୧୯ ତାରିଖ ମାଘ ପୂର୍ଣ୍ଣିମା ଏବଂ ମାର୍ଚ୍ଚ ୪ ତାରିଖ ମହାଶିବ ରାତ୍ରୀ ଦିନ ଏହି ବୁଡ ପକାଇ ପାରିବେ. ଗତମାସ ୧୫ ତାରିଖରୁ ଆରମ୍ଭ ହୋଇଥିବା ପ୍ରୟାଗରାଜ ମେଳାରେ ଏପର୍ୟ୍ୟନ୍ତ ୧୩ କୋଟି ଭକ୍ତ ସ୍ନାନ କରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି.  ସଙ୍ଗମ ସହରରେ ଚାଲୁଥିବା ଆସ୍ଥା ପର୍ବ କୁମ୍ଭରେ ତୃତୀୟ ସାହି ସ୍ନାନରେ ପ୍ରାୟ 2 କୋଟି ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ ବୋଲି ଆଶା କରାଯାଉଛି.  ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସାରା ସହରରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି.  ଅନ୍ୟପଟେ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି.

LEAVE A REPLY

Please enter your comment!
Please enter your name here