ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି .  ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରିବା ସହ  ଜଳସେଚନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି । ୭୬୮ କୋଟି ୪୬ ଲକ୍ଷ ଟଙ୍କାରେ ନିର୍ମିତି ଏହି ପ୍ରକଳ୍ପ ଦ୍ଵାରା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, କେସିଙ୍ଗା, ନର୍ଲା ଓ ଲାଂଜିଗଡ ବ୍ଲକର ୭୯ଟି ଗାଁର ୮ ହଜାର ୫ ଶହ ହେକ୍ଟର ଚାଷ ଜମିକୁ ଜଳସେଚନ କରାଯାଇପାରିବ.  ମୁଖ୍ୟମନ୍ତ୍ରୀ ଭବାନୀପାଟଣାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା ସ୍ବଂୟ ସହାୟକ ଗୋଷ୍ଠୀଙ୍କୁ 15 ହଜାର ଟଙ୍କା ଓ ମୋବାଇଲ ବାଣ୍ଟିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ. ଏହି ସମାବେଶରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ପଚାଶ ହଜାର ମହିଳାଙ୍କ ସମାବେଶ ହୋଇଥିଲା. ସେହିପରି ଜୁନାଗଡ଼ରେ ବିଭିନ୍ନ ଦଳ ଓ ସଂଗଠନର ନେତା ଓ କର୍ମୀ ନବୀନଙ୍କ ଉପସ୍ଥିତିରେ ବିଜେଡିରେ ମିଶିଥିଲେ.

LEAVE A REPLY

Please enter your comment!
Please enter your name here