ପୁଲୱାମା ଆତ୍ମଘାତୀ ଆକ୍ରମଣକୁ ନେଇ ସ୍ତବ୍ଧ ହୋଇଯାଇଛି ସାରା ଦେଶ । ସମସ୍ତେ ଏହି ଘଟଣାକୁ ନିନ୍ଦା କରୁଥିବାବେଳେ ବୀର ସହିଦଙ୍କ ଅମର ଆତ୍ମାର ସଦଗତି କାମନା କରି ସବୁଆଡେ କ୍ୟାଣ୍ଡେଲ ଶୋଭାଯାତ୍ରା ଆରମ୍ଭ କରାଯାଇଛି । ରାୟଗଡା ଜିଲ୍ଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା କରାଯାଇଛି । ରାୟଗଡା ଜିଲ୍ଲା ସାମ୍ବାଦିକ ସାମୁଖ୍ୟ ଦ୍ୱାରା ଆୟୋଜିତ ଏହି କେଣ୍ଡେଲ ଶୋଭାଯାତ୍ରାରେ ଜିଲ୍ଲାର ସାଂସଦ, ବିଧାୟକ, ଉପଜିଲ୍ଲାପାଳଙ୍କ ସମେତ ସିଆରପିଏଫ ଓ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହି କେଣ୍ଡେଲ ଶୋଭାଯାତ୍ରା ରାୟଗଡା ଗଜପତି ଛକ ଠାରୁ ବାହାରି ସହର ପରିକ୍ରମା କରିବା ପରେ ଗାନ୍ଧି ଉଦ୍ୟାନ ନିକଟରେ ପହଁଞ୍ଚିଥିଲା । ଶ୍ରଦ୍ଧାଞ୍ଚଳି ସଭାରେ ରାୟଗଡା ସହରର ୩ ହଜାରରୁ ଉଦ୍ଧ୍ୱର୍ ଲୋକ ଅଂଶ ଗ୍ରହଣ କରି ସହିଦ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ପାକିସ୍ତାନର ଜାତୀୟ ପତାକାକୁ ପୋଡି ପାକିସ୍ତାନ ବିରୋଧୀ ସ୍ଲୋଗାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here