ଭୁବନେଶ୍ବର ବିମାନ ବନ୍ଦର . ସମସ୍ତେ ଅପେକ୍ଷା କରି ରହିଥିଲେ ଦୁଇ ବୀର ଓଡିଆ ସହିଦଙ୍କୁ. କାନ୍ଦ ବୋବାଳିରେ ଫାଟି ପଡୁଥିଲା ସାରା ପରିବେଶ. ସମସ୍ତେ ଅପେକ୍ଷା କରି ରହିଥିଲେ ପୁଲଓାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଦୁଇ ବୀର ଓଡିଆ ପୁଅଙ୍କୁ . ଜଗତସିଂହପୁର ନାଉଗାଁ ଅଞ୍ଚଳ ଶିଖର ଗାଁର ସହିଦ ପ୍ରସନ୍ନ କୁମାର ସାହୁ ଓ କଟକ ନିଆଳି ଅଞ୍ଚଳ ରତନପୁର ଗାଁର ସହିଦ  ମନୋଜ କୁମାର ବେହେରାଙ୍କ ପରିବାର ଓ ସଂପର୍କୀୟଙ୍କ ବୁକୁଫଟା କାନ୍ଦ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା.  ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦୁଇ ବୀର ଯବାନଙ୍କ ମର ଶରୀର ପହଞ୍ଚିବା ପରେ ସାରା ପରିବେଶ ଶୋକାକୁଳ ହୋଇପଡିଥିଲା ।  ଶତାଧିକ ଲୋକ ସହିଦଙ୍କ ଶେଷ ଦର୍ଶନ କରିବା ସହ ଭାରତ ମାତା କୀ ଜୟ, ବୀର ସହିଦ ଅମର ରହେ ଧ୍ବନୀ ଦେଇଥିଲେ. ସିଆରପିଏଫ ପକ୍ଷରୁ ସହିଦଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପିସିସି ସଭାପତି ନିରଂଜନ ପଟ୍ଟନାୟକ,  ପୋଲିସ ଡିଜି, ସିଆରପିଏଫର ବରିଷ୍ଠ ଅଧିକାରୀମାନେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦୁଇ ସହିଦଙ୍କ ମରଶରୀରକୁ ସୁସଜ୍ଜିତ ଗାଡିରେ ତାଙ୍କ ଜନ୍ମସ୍ଥାନକୁ ନିଆଯାଇଛି

LEAVE A REPLY

Please enter your comment!
Please enter your name here