16 ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା ଶିଶୁ. ପୁନେର ଥୋରାଣ୍ଡଲେ ଗାଁରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି. ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ରବି ପଣ୍ଡିତ ଭିଲ ନାମକ ଜଣେ 6 ବର୍ଷର ଶିଶୁ ଖେଳୁଥିବା ସମୟରେ 200 ଫୁଟ ଗଭୀର ବୋରୱେଲ ଭିତରେ ପଡିଯାଇଥିଲା. ଥୋରାଣ୍ଡଲେର ଅମ୍ବେଗାଁରେ ଚାଲୁଥିବା କନଷ୍ଟ୍ରକ୍ସନ କାମ ନିକଟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି. ରବି ହେଉଛି ଉକ୍ତ କନଷ୍ଟ୍ରକ୍ସନ କାମରେ ନିୟୋଜିତ ହୋଇଥିବା ଜଣେ ଶ୍ରମିକଙ୍କ ପୁଅ. ଖବର ପାଇବା ପରେ ସେଠାରେ ଏନଡିଆରଏଫ ଟିମ ପହଞ୍ଚିଥିଲା ଏବଂ ଦୀର୍ଘ 16 ଘଣ୍ଟା ଚେଷ୍ଟା କରିବା ପରେ ଶିଶୁଟିକୁ ଉଦ୍ଧାର କରାଯାଇଛି.

 

LEAVE A REPLY

Please enter your comment!
Please enter your name here