ନୂଆଦିଲ୍ଲୀ: ନୂଆ ସେନ୍ସର ବୋର୍ଡ ଗଠନ କରିଛନ୍ତି କେନ୍ଦ୍ର ସରକାର l ଏହାର କାର୍ଯ୍ୟକାଳ ତିନି ବର୍ଷ କିମ୍ବା ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ରହିବ । ନୂତନ ସିବିଏଫସି ବୋର୍ଡରେ ଚଳଚ୍ଚିତ୍ର, ଟେଲିଭିଜନ, ସଙ୍ଗୀତ, ସାହିତ୍ୟ ଏବଂ କଳା ଜଗତର ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ସାମିଲ କରାଯାଇଛି । ୧୮ ସଦସ୍ୟ ବିଶିଷ୍ଟ ବୋର୍ଡରେ ଅଭିନେତା ମନୋଜ ଯୋଶୀ, ନିର୍ମାତା ପ୍ରିୟଦର୍ଶନ, ସୁନୀଲ ସେଟ୍ଟୀ, ପ୍ରୀତି ଜିଣ୍ଟା, ପଙ୍କଜ ତ୍ରିପାଠୀ ଏବଂ ପ୍ରୋସେନଜିତ୍ ଚାଟାର୍ଜୀ ଅଛନ୍ତି । ଏହି ବୋର୍ଡରେ ସଂଗୀତଜ୍ଞ ରିକି କେଜ୍, ଅଭିନେତା ଏବଂ ସାଂସଦ ହଂସରାଜ ହଂସ, ଅଭିନେତ୍ରୀ ରୂପାଲି ଗାଙ୍ଗୁଲି, ଚଳଚ୍ଚିତ୍ର ନିର୍ମାତା ନୀଳ ମାଧବ ପଣ୍ଡା, ଅଭିନେତ୍ରୀ ପଲ୍ଲବୀ ଯୋଶୀ ଏବଂ ନିଶିଗନ୍ଧା ୱାଡଙ୍କୁ ମଧ୍ୟ ବୋର୍ଡରେ ନିଯୁକ୍ତ କରାଯାଇଛି । ବିନୋଦ ଅନୁପମ, ଅଭିଷେକ ଜୈନ, ସୁପ୍ରିୟା ୟାରଲାଗଡ୍ଡା, ଯତୀନ୍ଦ୍ର ମିଶ୍ର, ବାମନ କେନ୍ଦ୍ରେ ଏବଂ ରମେଶ ପତଙ୍ଗେଙ୍କୁ ମଧ୍ୟ ସିବିଏଫସିର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି । ନୂତନ ବୋର୍ଡରେ ମନୋରଞ୍ଜନ ଏବଂ କଳା ଜଗତର ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯାଇଛି । ଏହି ନୂତନ ଗଠିତ ବୋର୍ଡ ତୁରନ୍ତ କାର୍ଯ୍ୟକାରୀ ହେବ । ସିବିଏଫସି ହେଉଛି ଭାରତର ଏକ ବୈଧାନିକ ସଂସ୍ଥା ଯାହା ସାର୍ବଜନୀନ ପ୍ରଦର୍ଶନ ପାଇଁ ଚଳଚ୍ଚିତ୍ରଗୁଡ଼ିକୁ ପ୍ରମାଣପତ୍ର ଦିଏ l

LEAVE A REPLY

Please enter your comment!
Please enter your name here