ସୁନାଚେନ୍ ଲୁଟେରାର ବେଳା ଖରାପ. ସୁନାଚେନ୍ ଲୁଟିବା ବେଳେ ଖସି ପାରିଲାନି ସାହସୀ ମହିଳାଙ୍କ ହାତରୁ. ଘଟଣା ଏମିତି. ରସୁଲଗଡ ଜିଜିପି କଲୋନୀ ପାଖ ମଳୟ ବିହାରରୁ ଜଣେ ମହିଳାଙ୍କୁ ଲୁଟ କରିବା ପାଇଁ ପିଚ୍ଛା କରିଥିଲେ ଲୁଟେରା. ବାଇକରେ ଆସି ଦୁଇ ଲୁଟେରା ମହିଳାଙ୍କ ବେକରୁ ସୁନାଚେନ୍ ଲୁଟିବା ବେଳେ ମହିଳାଜଣକ ସାହସିକତାର ସହ ଲୁଟେରାଙ୍କ ଉପରକୁ ଝାମ୍ପ ମାରିଥିଲେ. ମହିଳାଙ୍କ ସାହସ ଦେଖି ଜଣେ ଲୁଟେରା ଖସିଗଲା ସତ, ମାତ୍ର ଆଉ ଜଣେ ମୁକୁଳି ପାରିଲାନି. ତାପରେ କଲୋନୀ ଲୋକ ମିଳିମିଶି ଚୋରକୁ ଗୋଟିଏ ଖୁଣ୍ଟିରେ ବାନ୍ଧି ଧୂମ୍ ଛେଚିଥିଲେ. ଚୋରକୁ ପୋଲିସ ଜିମା ଦିଆଯାଇଥିଲା. ଏହି ସାହସି ମହିଳା ଅଭିଜିତା ମହାପାତ୍ରଙ୍କୁ  କମିଶନରେଟ ପୋଲିସ ସମ୍ବର୍ଦ୍ଧିତ କରିଛି.

LEAVE A REPLY

Please enter your comment!
Please enter your name here