ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ବଢିଲା ମହଙ୍ଗା ଭତ୍ତା । ୩ ପ୍ରତିଶତ ଭତ୍ତା ବଢାଇଲେ ରାଜ୍ୟ ସରକାର । ୨୦୧୯ ଜାନୁଆରୀ ପହିଲାରୁ ପିଛଲା ଭାବେ ଏହା ଲାଗୁ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏଣିକି ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ୯ରୁ ୧୨ ପ୍ରତିଶତ ମହାଙ୍ଗାଭତ୍ତା ପାଇବେ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟର ଚାରି ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଓ ତିନିଲକ୍ଷରୁ ଅଧିକ ପେନସନଭୋଗୀ ମଧ୍ୟ ଏହାର ଲାଭ ପାଇବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here