ରାୟଗଡା ଜିଲ୍ଲା ଗୁଣପୁର ସବ୍ ଜେଲରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ ହୋଇଛି. ମୃତକ କଏଦୀ ଜଣକ ହେଉଛନ୍ତି ମଧୁସୂଦନ ଗନ୍ତାୟତ. ହୃଦଘାତ ଯୋଗୁଁ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି. ଖବର ଅନୁସାରେ, ଶନିବାର ରାତିରେ ଅଚାନକ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ. ପରେ ତାଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା. ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା. ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି. 2016 ମସିହାରେ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଗିରଫ ହୋଇଥିଲେ ମଧୁସୂଦନ.

LEAVE A REPLY

Please enter your comment!
Please enter your name here