ଆନ୍ଧ୍ରପ୍ରଦେଶ ବିଶାଖାପାଟଣାମରେ ଆୟୋଜିତ ୱେଟଲିଫ୍ଟର ଚାମ୍ପିୟନସିପରେ ସଫଳତା ହାସଲ କରିଛନ୍ତି ଓଡିଆ ପୁଅ କାତୁଲୁ ରବି କୁମାର. ଜାତୀୟ ସ୍ତରୀୟ ସିନିୟର ୱେଟଲିଫ୍ଟିଂ  ଚାମ୍ପିୟନସିପରେ ସେ ଷ୍ଟେଟ-ୱିନିଂ ରେକର୍ଡ ଭାଙ୍ଗି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି. ଯାହା ଓଡିଶା ପାଇଁ ଗୌରବ ଆଣିଦେଇଛି. ଗଞ୍ଜାମ ଜିଲ୍ଲାର 30 ବର୍ଷୀୟ ରବି କୁମାର ସ୍ନାଚ, କ୍ଲିନ ଓ ଜର୍କରେ 342 କେଜି ଓଜନ ଉଠାଇବାରେ ସକ୍ଷମ ହୋଇପାରିଛନ୍ତି. ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ତାଙ୍କୁ ଅଭିନନ୍ଦନ ଜଣାଇବା ସହ ରବିଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି.

LEAVE A REPLY

Please enter your comment!
Please enter your name here