ମାଲକାନଗିରି ଜିଲ୍ଲା ମୁଖ୍ୟ ଜେଲରୁ କଏଦୀ ଫେରାର. ଜେଲ କାନ୍ଥରେ ଥିବା ଏକ ଫାଟ ଦେଇ କଏଦୀ ଫେରାର ହୋଇଯାଇଥିବା ସୂଚନା ମିଳିଛି. ଫେରାର କଏଦୀର ନାମ ଅଜିତ ଡାକୁଆ ବୋଲି ଜଣାପଡିଛି. ସୂଚନାଯୋଗ୍ୟ ଯେ, ଫେରାର ଅଜିତ ଗଞ୍ଜେଇ ବେପାରରେ ଗିରଫ ହୋଇ ମାଲକାନଗିରି ଜେଲରେ ଥିଲା. ହେଲେ କଡା କଟକଣା ଭିତରେ ଥାଇ ମଧ୍ୟ ସେ ପୋଲିସ ଆଖିରେ ଚକମା ଦେଇ ଜେଲରୁ ଫେରାର ହେବାରେ ସକ୍ଷମ ହୋଇପାରିଛି. ଏବେ ମାଲକାନଗିରି ଜେଲ ସୁପରିଟେଣ୍ଡଣ୍ଟ ଛୁଟିରେ ଅଛନ୍ତି. ସେଥିପାଇଁ କୋରାପୁଟ ଜେଲ ସୁପରିଟେଣ୍ଡଣ୍ଟ ମାଲକାନଗିରି ଆସି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି.

LEAVE A REPLY

Please enter your comment!
Please enter your name here