ଦିନିକିଆ ଓଡିଶା ଗସ୍ତରେ ଆସି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୁଇ ଦୁଇଟି ସଭାକୁ ସମ୍ବୋଧିତ କରିଛନ୍ତି. କୋରାପୁଟ ଜିଲ୍ଲା ଜୟପୁରରେ ପ୍ରଥମେ ମହିଳା ସମାବେଶରେ ଏବଂ ପରେ ଚାଷୀ ସମାବେଶରେ ଉଦବୋଧନ ଦେଇଛନ୍ତି ରାହୁଲ. ଉଭୟ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରକୁ କଟୁ ସମାଲୋଚନା କରି ରାହୁଲ କହିଛନ୍ତି, ତାଙ୍କ ସରକାର ଆସିଲେ ଲୋକଙ୍କ ହାତକୁ କ୍ଷମତା ଆସିବ. ଅଫିସରରାଜର ଅବସାନ ଘଟିବ. କଂଗ୍ରେସ କ୍ଷମତାକୁ ଆସିଲେ ଦଶ ଦିନରେ କୃଷି ଋଣ ଛାଡ କରିବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି. ସେହିପରି ଆଦିବାସୀଙ୍କ ପାଇଁ କଂଗ୍ରେସ ସବୁବେଳେ ଲଢେଇ କରି ଆସିଛି ଏବଂ କ୍ଷମତାକୁ ଆସିଲେ ଆଦିବାସୀଙ୍କ ବିକାଶକୁ ଅଗ୍ରାଧିକାର ଦେବ ବୋଲି ସେ କହିଛନ୍ତି. ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛିଦିନ ବାକିଥିବା ବେଳେ କେନ୍ଦ୍ରୀୟ ନେତା ତୁହାକୁ ତୁହା ଓଡିଶା ଗସ୍ତ କରିବା ସହ ପ୍ରଚାରରେ ଲାଗି ପଡିଛନ୍ତି. ପ୍ରଚାର ଯୁଦ୍ଧରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଏହା ପୂର୍ବରୁ ୨ଥର ଓଡିଶା ଆସି କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here