ରାଜଧାନୀରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ. ଫଳରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି. ସୂଚନା ଅନୁସାରେ, ବାଲିଅନ୍ତା ଥାନା ଅନ୍ତର୍ଗତ ଅଲାରପୁର ରୋକଟ ଅଞ୍ଚଳରେ କିଛି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେହି ଗାଁର କାର୍ତ୍ତିକ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି. ପରେ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା. ମାତ୍ର ଅବସ୍ଥା ଶୋଚନୀୟ ହେବାରୁ ଡାକ୍ତର ତାଙ୍କୁ ଏସସିବି ମେଡିକାଲ ସ୍ଥାନାନ୍ତର କରିଛନ୍ତି.

LEAVE A REPLY

Please enter your comment!
Please enter your name here