ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ମାଓବାଦୀଙ୍କ ଚକ୍ରାନ୍ତ ଏବେ ଆରମ୍ଭ ହୋଇସାରିଛି. କନ୍ଧମାଳ ଜିଲ୍ଲା ପରମପାଙ୍ଗୀ ସୁକୁଙ୍ଗିଆ ଛକରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର. ବିଭିନ୍ନ ପ୍ରକାର ପୋଷ୍ଟର ଓ ବ୍ୟାନର ଲଗାଇ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିଛନ୍ତି. ଭୋଟ ବର୍ଜନ ପାଇଁ ସେମାନେ ଆହ୍ୱାନ ଦେଇଥିବା ମାଓ ପୋଷ୍ଟରରେ ଲେଖା ରହିଛି. ‘ଭୋଟ ବର୍ଜନ କରନ୍ତୁ. ବିପ୍ଳବୀ ଲୋକ ସରକାର ଗଢନ୍ତୁ. ଭୋଟ ପଥରେ ମୁକ୍ତି ନାହିଁ, ମୁକ୍ତି ପାଇଁ କର ଶସସ୍ତ୍ର ଲଢାଇ’ ବୋଲି ସେଥିରେ ଲେଖା ଅଛି. ଏ ସବୁ ପଛରେ ସିପିଆଇ ମାଓବାଦୀ ବାଘୁନା ଡିଭିଜନର ହାତ ଥିବା କୁହାଯାଇଛି.

LEAVE A REPLY

Please enter your comment!
Please enter your name here