ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ବୋଲି କହିଛନ୍ତି । ଜିଲ୍ଲା ବିଜେଡି ସଭାପତିଙ୍କ ପ୍ରତି ବିଷୋଦଗାର କରିବା ସହ ତାଙ୍କ ବିରୋଧରେ ବିରାଟ ଷଡଯନ୍ତ୍ର ଚାଲିଥିଲା ବୋଲି ଇସ୍ତଫା ପତ୍ରରେ ବିଧାୟକ ସୁକାନ୍ତ ନାୟକ ଦର୍ଶାଇଛନ୍ତି । ଦଳୀୟ ମିଶ୍ରଣ ପର୍ବରେ ତାଙ୍କୁ ଅଣଦେଖା କରାଯାଇଥିଲା ଏବଂ ଜିଲ୍ଲା ସଭାପତିଙ୍କ ମାନସିକ ନିର୍ଯାତନା ଅସହ୍ୟ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଗୁରୁବାର ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here