ଫିଲ୍ମ ‘ନୋଟବୁକ’ର ଏକ ନୂଆ ସଙ୍ଗର ଟିଜର ରିଲିଜ ହୋଇଯାଇଛି. ଯେଉଁଥିରେ ସଲମାନ ଫ୍ୟାନ ମାନଙ୍କ ପାଇଁ ନିଜ ଭଏସ ଦେଇଛନ୍ତି. ଦବଙ୍ଗ ଖାନ ସଲମାନଙ୍କ ଫିଲ୍ମ ‘ନୋଟବୁ’କ 29 ମାର୍ଚ୍ଚରେ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଏବଂ ଏହି ଫିଲ୍ମରେ ଜହିର ଇକବାଲ ଓ ପ୍ରନୁତନ୍ ଲିଡ ରୋଲରେ ନଜର ଆସିଛନ୍ତି. ଏହାଛଡା ସଲମାନ ନିଜେ ଏହାର ପ୍ରଯୋଜନା ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି.  ନିଜ ଫ୍ୟାନମାନଙ୍କ ପାଇଁ ଭାଇଜାନ ଏହି ଫିଲ୍ମରେ ପୁଣି ଗୀତ ଗାଇଛନ୍ତି ଏବଂ ଏହି ଗୀତର ଟିଜର ଭିଡିଓ ରିଲିଜ କରାଯାଇଛି. ଏହା ପୂର୍ବରୁ ସଲମାନ ‘ହିରୋ’ ଓ ‘ରେସ-3’ରେ କଣ୍ଠଦାନ କରିଥିଲେ. ତେବେ ଏହି ଫିଲ୍ମରେ ସଲମାନ ଗାଇଥିବା ଗୀତଟିକୁ ପୂର୍ବରୁ ଅତିଫ୍ ଅସଲମଙ୍କ କଣ୍ଠରେ ରେକର୍ଡ କରାଯାଇଥିଲା. ମାତ୍ର ପୁଲୱାମା ଆକ୍ରମଣ ପରେ ଅତିଫଙ୍କ ଗୀତକୁ ଫିଲ୍ମରୁ ହଟାଇ ଦିଆଯାଇଥିଲା. ଯେଉଁଥିପାଇଁ ସଲମାନ ନିଜେ ଏହି ଗୀତକୁ ନିଜ ଭଏସରେ ରି-ରେକର୍ଡ କରିଥିଲେ.

LEAVE A REPLY

Please enter your comment!
Please enter your name here