ଆସିକା ଲୋକସଭା ନିର୍ବାଚନମଣ୍ଡଳୀରେ ବିକାଶ ହେବ ମୁଖ୍ୟ ପ୍ରସଙ୍ଗ. ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ଓ ସିପିଆଇ (ଏମ) ସମର୍ଥିତ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ଏହା କହିଛନ୍ତି. ଗତ 19 ବର୍ଷ ଧରି କ୍ଷମତାସୀନ ବିଜେଡି ହାତରେ ଥିବା ଏହି ନିର୍ବାଚନମଣ୍ଡଳୀରେ ଲୋକେ ମୌଳିକ ସୁବିଧା ସୁଯୋଗ ପାଉନାହାଁନ୍ତି ବୋଲି ଅଭିଯୋଗ କରି ରାମକୃଷ୍ଣ କହିଛନ୍ତି, ସେ ଲୋକଙ୍କ ପାଖକୁ ଯାଉଛନ୍ତି ଏବଂ ବିକାଶର ପ୍ରସଙ୍ଗ ଉଠାଇ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି. ଗତ ପାଞ୍ଚବର୍ଷର କେନ୍ଦ୍ର ବିଜେପି ସରକାର ଓ ରାଜ୍ୟରେ 19 ବର୍ଷ ଧରି ଥିବା ବିଜେଡି ସରକାର ବିକାଶର ଦ୍ବାହି ଦେଇ ଗାଦି ଦଖଲ କରିଥିଲେ ମଧ୍ୟ ଲୋକଙ୍କ ପାଖରେ ସର୍ବନିମ୍ନ ସୁବିଧା ସୁଯୋଗ ପହଞ୍ଚି ପାରୁନି.

LEAVE A REPLY

Please enter your comment!
Please enter your name here