ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଆଜି ଏମିତି ପ୍ରଶ୍ନ ପଚାରି ବିଜେପି ଉପରେ ଆକ୍ରମଣ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ଦଶପଲ୍ଲାରେ ନିର୍ବାଚନୀ ସଭାରେ ଉଦବୋଧନ ଦେବା ବେଳେ ନବୀନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରିଥିଲେ. ମୁଖ୍ୟମନ୍ତ୍ରୀ କିଏ ହେବ, ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଦଳ କାହିଁକି ଡରୁଛି ବୋଲି ପ୍ରଶ୍ନ କରିଥିଲେ ନବୀନ. ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କେଉଁ ଆସନରୁ ଲଢୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି.  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ବିଜେପିରେ ନିଜ ପତିଆରା ରଖି ଆସିଥିଲେ ହେଁ ଏଥର ନିର୍ବାଚନରେ ସେ କୌଣସି ସ୍ଥାନରୁ ପ୍ରାର୍ଥୀ ହୋଇନାହାଁନ୍ତି. ନିର୍ବାଚନ ହାରିବାର ଭୟ ଯୋଗୁ ଧର୍ମେନ୍ଦ୍ର  ନିର୍ବାଚନ ଲଢୁ ନଥିବା ବେଳେ ବିଜେପିରେ ବହୁ ପୁରୁଖା ନେତା ଯୋଗଦେବା ପରେ ଏବେ ଦଳରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ପ୍ରାର୍ଥୀଙ୍କର ଅଭାବ ନାହିଁ. ତେବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ନବୀନଙ୍କ ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି. ତେବେ ନବୀନଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ବିଜେପିର ଓଡିଶାର ପ୍ରଭାରୀ ଅରୁଣ ସିଂ. ସେ କହିଛନ୍ତି, ବିଜେପିର ସଂସଦୀୟ ଦଳ ଏହି ନିଷ୍ପତ୍ତି ନେବ ଏବଂ ଜଣେ ଓଡିଆ କହି ପାରୁଥିବା ନେତା ଓଡିଶାର ମୁଖ୍ୟମନ୍ତ୍ରୀ ହେବେ.

LEAVE A REPLY

Please enter your comment!
Please enter your name here