ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ମାଓବାଦୀଙ୍କ ହମଲା ଦେଖିବାକୁ ମିଳିଛି । ଫୁଲବାଣୀ ଗୋଛାପଡା ଥାନା ବାରାଲା ଗ୍ରାମ ନିକଟରେ ଗ୍ରାମ ରୋଜଗାର ସେବକ ସଞ୍ଜୁକ୍ତା ଦିଗଲ ଗୁଳିମାଡରେ ଆହତ ହୋଇଛନ୍ତି । ପୋଲିଂ ସୁପରଭାଜର ଥିବା ସଞ୍ଜୁକ୍ତା ଦିଗଲ ନିର୍ବାଚନ ଡ୍ୟୁଟିରେ ଯାଉଥିବାବେଳେ ରାସ୍ତାରେ ଲ୍ୟାଣ୍ଡମାଇନ ବିଛା ଯାଇଥିବା ସନ୍ଦେହରେ ରାସ୍ତା କଡରେ ଛିଡା ହୋଇଥିବାବେଳେ ମାଓବାଦୀମାନେ ଅତର୍କିତ ଭାବେ ଗୁଳିମାଡ କରିଥିଲେ । ଗୁଳିମାଡରେ ଆହତ ସଞ୍ଜୁକ୍ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ହେଁ ତାଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here