ହିଟ୍ ୱେଭକୁ ଦେଖ୍ ସ୍କୁଲ ସମୟ ବଦଳାଇଲେ ଜିଲ୍ଲାପାଳ । ଖରାରର ପ୍ରକୋପ ବଢୁଥିବା ନେଇ ଜିଲ୍ଲାପାଳ ନେଇଛନ୍ତି ବଡ଼ ନିଷ୍ପତ୍ତି । ଆସନ୍ତା କାଲିରୁ ଖୋର୍ଦ୍ଧା ଜିଲ୍ଲାରେ ସକାଳ ସାଢ଼େ ୬ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବ । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି । ତାପମାତ୍ରା ବଢୁଥିବା ବେଳେ ୧୮ ରୁ ଅଧିକ ଜିଲ୍ଲାରେ ସ୍କୁଲ ଛୁଟି ହେଲାଣି । ଆସନ୍ତା ୪ ଦିନ ଯାଏ ସ୍ଥିତି ବଦଳିବ ନାହିଁ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଛି । ଉପକୂଳ ଓଡ଼ିଶାରେ ୪୧ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ପ୍ରବଳ ତାତି ଅନୁଭୂତ ହେଉଛି ।ରାଜଧାନୀରେ ପାରଦ ୪୧ ଡିଗ୍ରୀ ଛୁଇଁଛି । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି , ରାଜ୍ୟରେ ଏବେ ଖରାର ପ୍ରକୋପ ଜାରି ରହିଛି । ଯାହାକୁ ରାଜ୍ୟରେ ଅନେକ ଜିଲ୍ଲାର ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ତାପମାତ୍ରା ବଢୁଥିବା ଲାଗି ୧୮ରୁ ଅଧିକ ଜିଲ୍ଲାରେ ଛୁଟି ଘୋଷଣା ହୋଇସାରିଲାଣି । ଏପିରିକି କିଛି କିଛି ଜିଲ୍ଲା ମଧ୍ୟ ନିଜ ନିଜ ଅଞ୍ଚଳରେ ଛୁଟି ଅବଧିକୁ ବୃଦ୍ଧି କରୁଛନ୍ତି । ପାଣିପାଗ ବିଭାଗ ସତର୍କ କରାଇଛି, ଆଗକୁ ବି ଏହି ଅସହ୍ୟ ତାତିରୁ ନିସ୍ତାର ମିଳିବାର ଆଶା ବହୁତ୍ କମ୍। ତାତି ଆହୁରି ବଢ଼ିବ ଏବଂ ଅସମ୍ଭାଳ ହେବ ।

LEAVE A REPLY

Please enter your comment!
Please enter your name here