ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଫନି ଏବେ ଭୟଙ୍କର ରୂପ ନେଇଛି । ଘଣ୍ଟାକୁ ୧୦ କିମି ବେଗରେ ଓଡ଼ିଶା ଆଡ଼େ ମାଡ଼ି ଆସୁଛି ଫନି । ତେଣୁ ସଜାଗ ରହିବା ସହ କ୍ଷୟକ୍ଷତିକୁ ରକ୍ଷା କରିବା ପାଇଁ ୯ଜଣ ଆଇଏଏସଙ୍କୁ ଦାୟିତ୍ୱରେ ରଖାଯାଇଛି । ଫନି ମୁକାବିଲା ପାଇଁ ୧୨ ଆଇଏସଙ୍କୁ ଦାୟିତ୍ୱ  । ବାଲେଶ୍ୱର ପାଇଁ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଦାୟିତ୍ୱ । ପୁରୀ ସୁରେଶ ମହାପାତ୍ର । ଭଦ୍ରକ ପାଇଁ ସୁଦର୍ଶନ ପାଲ ଠାକୁରଙ୍କୁ ଦାୟିତ୍ୱ । ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ରଙ୍କୁ ଦାୟିତ୍ୱ । ଖୋର୍ଦ୍ଧା ପାଇଁ କ୍ରିଷନ କୁମାରଙ୍କୁ ଦାୟିତ୍ୱ । କେନ୍ଦ୍ରାପଡା ପାଇଁ ହେମନ୍ତ କୁମାର ପାଢୀ ଏବଂ, ପ୍ରଦୀପ କୁମାର ଜେନାଙ୍କୁ ଦାୟିତ୍ୱ । ସଂଗ୍ରାମଜିତ ନାୟକ ସିଏମସି ଅଫିସ ପାଇଁ ରହିବେ । ମନିଷା ବାନାର୍ଜୀ ଏସଆରସି ଅଫିସ ସହ ରହିବେ । ଅବଦାଲ ଅଖତରଙ୍କୁ ବାଲେଶ୍ୱରରେ ଦାୟିତ୍ୱ । ଯାଜପୁର ଜିଲ୍ଲା ପାଇଁ ଅନିଲ ସାମଲଙ୍କୁ ଦାୟିତ୍ୱ । କଟକ ପାଇଁ ସଞ୍ଜୀବ ଚୋପ୍ରାଙ୍କୁ ଦାୟିିତ୍ୱ ।

LEAVE A REPLY

Please enter your comment!
Please enter your name here