ସାମୁଦ୍ରିକ ବାତ୍ୟା ଫନି ପାଇଁ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଫନି ମାଡରେ ଭୁଷୁଡି ପଡିଛି ବିଭିନ୍ନ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି । ନିମାପଡା ଓ ଗୋପ ବ୍ଲକରେ ବହୁ ସ୍କୁଲ ଘର କ୍ଷତିଗ୍ରସ୍ତ ହୋଇଛି । ଗୋପ ବ୍ଲକରେ ସମୁଦାୟ ୨୪୩ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୪୪ଟି ହାଇସ୍କୁଲ ଥିବାବେଳେ ନିମାପଡା ବ୍ଲକରେ ୩୧୬ଟି ସ୍କୁଲ ରହିଛି । ବାତ୍ୟା ଫନି ପାଇଁ ଏଠାରେ ୮୦ ପ୍ରତିଶତ ସ୍କୁଲ ଘର ଭାଙ୍ଗିଯାଇଛି । ଏକାଧିକ ସ୍କୁଲର ଆସବାବ ପତ୍ର ନଷ୍ଟ ହୋଇଯାଇଛି । କେତେକ ସ୍କୁଲରେ ଦଶମ ଶ୍ରେଣୀ ପିଲାଙ୍କ କୋଚିଂ କ୍ଲାସ ଚାଲିଥିବାରୁ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ଗ୍ରୀଷ୍ମ ଛୁଟି ସରିବା ଆଗରୁ ସ୍କୁଲ ଗୁଡିକର ମରାମତି ନହେଲେ ଶିକ୍ଷାଦାନ ବାଧାପ୍ରାପ୍ତ ହେବ । ଅନ୍ୟପଟେ କ୍ଷୟକ୍ଷତିର ଆକଳନ କରାଯାଇ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଦିଆଯିବ ବୋଲି ନିମାପଡା ବିଡିଓ କହିଛନ୍ତି ।

 

 

 

 

LEAVE A REPLY

Please enter your comment!
Please enter your name here