ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏହି ଶପଥଗ୍ରହଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଶପଥ ସମାରୋହରେ ୬୫୦୦ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଗୁରୁବାର ହେବାକୁ ଯାଉଥିବା ଏହି ଶପଥ ସମାରୋହରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବରିଷ୍ଠ ରାଜନେତା, ଶିଳ୍ପପତି ଓ ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେବେ । ସେହିପରି ୧୪ ଟି ଦେଶର ପ୍ରମୁଖ ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ନରେନ୍ଦ୍ର ମୋଦୀଙ୍କ ଏହି ଶପଥ ସମାରୋହ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ଶପଥ ଗ୍ରହଣ ଉତ୍ସବ ୧୯୯୦ ମସିହାରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିଲା ଏବଂ ୧୯୯୮ରେ ଅଟଳ ବିହାରି ବାଜପେୟୀଙ୍କ ଶପଥ ସମାରୋହ ମଧ୍ୟ ରାଷ୍ଟ୍ରପତି ଭବନରେ ହୋଇଥିଲା । ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବରେ ଯୋଗ ଦେଇଥିଲେ ଓ ରାଷ୍ଟ୍ରପତି ଭବନରେ ସମାରୋହ ଆୟୋଜିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here