ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ଦାମୋଦର ଦାସ ମୋଦୀ । ରାଷ୍ଟ୍ରପତି ଭବନରେ ଆୟୋଜିତ ବର୍ଣ୍ଣାଢ୍ୟ ସମାରୋହରେ ମୋଦୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ମୋଦୀଙ୍କ ସହ ମନ୍ତ୍ରୀମଣ୍ଡଳରେ ଅମିତ ଶାହ , ରାଜନାଥ ସିଂହ , ସୀତାରମଣ, ନୀତିନ ଗଡକରୀ, ରାମ ବିଳାସ ପାଶ୍ୱାନ ପ୍ରମୁଖ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ମୋଦୀଙ୍କ ଏହି ଶପଥ ଗ୍ରହଣ ସମାରୋହରେ ୧୪ଟି ଦେଶର ରାଜନେତାମାନେ ସାମିଲ ହୋଇଛନ୍ତି ।