ଉତ୍ତରାଖଣ୍ଡ ଟନେଲରେ ଗତ 17 ଦିନ ଧରି ଫସି ରହିଥିବା 41 ଶ୍ରମିକଙ୍କୁ ଟନେଲ ଭିତରୁ ଉଦ୍ଧାର କରାଯାଉଛି । ପ୍ରଥମେ ପାଞ୍ଚଜଣ ଶ୍ରମିକଙ୍କୁ ପାଇପ ଯୋଗେ ବାହାରକୁ ଅଣାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଓଡିଶାର ଦୁଇଜଣ ଶ୍ରମିକ ତପନ ମଣ୍ଡଳ ଓ ବିଶ୍ବେଶ୍ବର ନାୟକ ରହିଥିଲେ । ପରେ ଆଉ ଚାରିଜଣ ଉଦ୍ଧାର ହୋଇଥିଲେ । ଜଣଙ୍କ ପରେ ଜଣେ ଶ୍ରମିକଙ୍କୁ
ସଫଳତାର ସହ ଉଦ୍ଧାର କରାଯାଇଥିବା ଜଣାପଡିଛି । ଦୁଇଘଣ୍ଟା ଭିତରେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି । ଜଣେ ଶ୍ରମିକଙ୍କୁ ଉଦ୍ଧାର ପାଇଁ 15 ମିନିଟ୍ ସମୟ ଲାଗୁଛି । ଉଦ୍ଧାର ଶ୍ରମିକଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଟନେଲ ବାହାରେ ଡାକ୍ତରୀ ଟିମ୍, ଆମ୍ବୁଲାନ୍ସ ସମସ୍ତ ଚିକିତ୍ସା ସରଞ୍ଜାମ ସହ ଅପେକ୍ଷା କରି ରହିଛନ୍ତି । ସେହିପରି ବାୟୁସେନା ହେଲିକପ୍ଟର ମଧ୍ୟ ରଖାଯାଇଛି । ସୂଚନାଯୋଗ୍ୟ, ଦୁଇଦିନ ତଳେ ଅଗର ମେସିନ ଭାଙ୍ଗିଯିବା ଯୋଗୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଥିଲା ଏବଂ ଟନେଲ ଉପର ପଟରୁ ପୁଣି ଖୋଳିବା ଆରମ୍ଭ କରାଯାଇଥିଲା । ଗତ 17 ଦିନ ଧରି ଶ୍ରମିକମାନେ ଟନେଲ ଭିତରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର ପାଇଁ 400 ଘଣ୍ଟା ଧରି ଅପରେସନ ଚାଲିଥିଲା । ଉଦ୍ଧାର ପାଇଁ କେନ୍ଦ୍ର ସରକାର ସମସ୍ତ ଉଦ୍ୟମ କରିଥିଲେ ହେଁ ବାରମ୍ବାର ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଏପରିକି ଆମେରିକୀୟ ମେସିନ ମଧ୍ୟ ଟନେଲ ଖୋଳିବାରେ ବିଫଳ ହୋଇଥିଲା । ସମସ୍ତ ଉଦ୍ୟମ ବିଫଳ ହେବା ପରେ ଟନେଲ ଉପର ପଟରୁ ଖୋଳିବା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here