ଦିନକୁ ଦିନ ଲୁଟେରା ମାନେ ଆପଣାଉଛନ୍ତି ନୂଆ ନୂଆ କୌଶଳ । ତେବେ ଗତ ରବିବାର ଦିନ ରାତିରେ ବର୍ଷା ପବନ ହୋଇଥିବାରୁ ଇଲେକ୍ଟ୍ରି ସଂଯୋଗ କଟି ଯାଇଥିଲା । ଡାକ୍ତରଖାନା ପରିସର ଅନ୍ଧାର ହୋଇଯାଇଥିଲା । ଏହି ସମୟରେ ରୋଗୀ ହୋଇ ଚିକିସôା ପାଇଁ ଆସିଥିଲେ ଦୁଇଜଣ ଯୁବକ । ମହିଳା ଫାର୍ମାସିଷ୍ଟ ସଞ୍ଜୁରାଣୀ ସାହୁଙ୍କୁ କହିଥିଲେ ଆମ ଉପରେ ଗଛ ଡାଳ ପଡି ହାତ ଭାଙ୍ଗି ଯାଇଛି , ଟିକେ ଦେଖନ୍ତୁ । ସଞ୍ଜୁରାଣୀ ସାଙ୍ଗେ ସାଙ୍ଗେ ଚିକିସôା ଆରମ୍ଭ କରିବା ପାଇଁ ଯାଉଥିବାବେଳେ ପ୍ରଥମେ ଜଣେ ଚୋର ଫାର୍ମାସିଷ୍ଟଙ୍କ ବେକରୁ ସୁନାହାର ଛିଣ୍ଡାଇ ନେଇ ଦୌଡି ପଳାଇଲା । ପରେ ଅନ୍ୟ ଜଣକ ମଧ୍ୟ ଦୌଡି ପଳାଇଥିଲା । ପ୍ରଥମେ ଏମିତି ଏକ ଘଟଣା ଘଟିଛି ମୟୁରଭଞ୍ଚ ଜିଲ୍ଲାର ରାସଗୋବିନ୍ଦପୁର ଥାନା ତୋଟାପଡା ଡାକ୍ତର ଖାନାରେ । ସ୍ଥାନୀୟ ଅଞ୍ଚଳରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଫାର୍ମାସିଷ୍ଟ ପାଟି କରିବାରୁ ଟିକେ ଦୂରରେ ଥିବା ଜଣେ କର୍ମଚାରି ଆସିଥିଲେ । ହେଲେ ସେଠାରୁ ଚୋର ମାନେ ଛୁ ହୋଇଯାଇଥିଲେ । ତେବେ ଲୁଟେରା ଦୁଇଜଣ ଦୌଡି ପଳାଇ ଯାଉଥିବା ସମୟରେ ସ୍ଥାନୀୟ ଲୋକମାନେ ଦୁଇଜଣଙ୍କ ଭିତରୁ ଜଣଙ୍କୁ ଚିହ୍ନିପାରି ଫାର୍ମାସିଷ୍ଟଙ୍କୁ କହିଥିଲେ ଏବଂ ଜଣଙ୍କ ଗାଁ ତେନ୍ତୁଳିଆ ବୋଲି ଜଣାପଡିଛି । ପରେ ଫାର୍ମାସିଷ୍ଟ ରାସଗୋବିନ୍ଦପୁର ଥାନାରେ ଏତଲା ଦେଇଥିଲେ । ତେବେ ସୋମବାର ରାସଗୋବିନ୍ଦପୁର ପୁଲିସ ସୂଚନା ମୁତାବକ ତେନ୍ତୁଳିଆ ଗାଁକୁ ଯାଇ ପ୍ରଥମେ ଅବିନାଶ ଦେଉରିଙ୍କ ଘରେ ପହଞ୍ଚି ପଚରାଉଚରା କରିବାରୁ ସେ ଚୋରୀ କରିଥିବା ମାନି ଯାଇଥିଲା । ଅବିନାଶ ଠାରୁ ପୋଲିସ ସୁନାଚେନ ଜବତ କରିବା ସହିତ ତାଙ୍କ ବନ୍ଧୁ ସୁଶାନ୍ତକୁ ମଧ୍ୟ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here