ଏକ ଆମେରିକୀୟ ଲାଇଫଷ୍ଟାଇଲ୍ ଓ ପରଫର୍ମାନ୍ସ ବ୍ରାଣ୍ଡ ସ୍କେଚର୍ସ ଓଡିଶାରେ ବାତ୍ୟା ଫନି ପ୍ରଭାବିତ ଲୋକଙ୍କ ପୁନଃଥଇଥାନ ସହଯୋଗର ହାତ ବଢାଇଛି । ଅକ୍ସଫାମ୍ ଇଣ୍ଡିଆ ସହଯୋଗରେ ତଥା ବଲିଉଡ୍ ଅଭିନେତ୍ରୀ ୟାମି ଗୌତମଙ୍କ ଉପସ୍ଥିତିରେ ଭୁବନେଶ୍ୱର ଜନପଥ ରୋଡସ୍ଥିତ ସ୍କେଚର୍ସ ଷ୍ଟୋରରେ ଆୟୋଜିତ ହୋଇଥିଲା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ବାତ୍ୟା ପ୍ରଭାବିତଙ୍କ ସହାୟତା ପାଇଁ ଡୋନେସନ ସଂଗ୍ରହ ଉଦେ୍ଦଶ୍ୟରେ ଟ୍ରେଡମିଲ ଉପରେ ଚାଲିଥିଲେ ୟାମି ଗୌତମ । ଓଡ଼ିଶାରେ ସ୍କେଚର୍ସ ଗୋ ରନ୍ ଟ୍ରକ୍ ଚ୍ୟାଲେଞ୍ଜକୁ ଚାଲୁରଖିବା ପାଇଁ ଏହା କରାଯାଇଛି । ଅଂଶଗ୍ରହଣକାରୀମାନେ ଟ୍ରେଡମିଲ୍ ଉପରେ ଘଂଟାପ୍ରତି ୧୬ କିଲୋମିଟର ବେଗରେ ୩ ମିନିଟ୍ ପାଇଁ ଚାଲିବେ । ଅଂଶଗ୍ରହଣକାରୀ ମାନଙ୍କ ଦ୍ୱ।ରା ଚାଲିବାକୁ ଥିବା କିଲୋମିଟର ଉପରେ ଦାନ ହେବାକୁ ଥିବା ଜୋତା ନିର୍ଭର କରିବ । ଟ୍ରାକ୍ ଆକ୍ଟିଭିଟି ସହ ବ୍ରାଣ୍ଡ ଅନ୍ୟ କେତେକ ଆକ୍ଟିଭିଟି ଆୟୋଜନ କରାଯାଇଛି ,ଯେଉଁଠି ଲୋକମାନେ ନିୟୋଜିତ ରହିବେ ଏବଂ ସହାୟତା ମଧ୍ୟ କରିବେ । ଶ୍ରୀ ରାହୁଲ ବୀରା , ସ୍କେଚର୍ସ ଦକ୍ଷିଣ ଏସିଆ, ସିଇଓ କହିଛନ୍ତି, ଓଡିଶା ନିଜ ପାଦରେ ଆରାମଦାୟକ ସ୍ଥିତିକୁ ଫେରୁ ଓ ସ୍ଥିତି ସ୍ୱାଭାବିକ ହେଉ ତାହା ଆମେ ଚାହୁଁ । ସେଥିପାଇଁ ଯେଉଁ ଉପାୟରେ ହେଉ ନା କାହିଁକି ଆମେ ଆଗେଇ ଅସି ସହାୟତାର ହାତ ବଢ଼ାଇବା ସହ ପରିବର୍ତ୍ତନ ଆଣିପାରିଲେ ସ୍କେଚର୍ସ ଅଧିକ ଗୌରବାନ୍ୱିତ ମନେ କରିବ । ଏଣୁ ଆମେ ଓଡିଶା ଲୋକମାନଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ଅଧିକ ସଂଖ୍ୟାରେ ଆସି ଏହି ଚାଲେଞ୍ଜରେ ନିଅନ୍ତୁ । ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ କହିଲେ ଏହା ପ୍ରକୃତରେ ଏକ ହୃଦୟ ବିଦାରକ ଘଟଣା ଥିଲା ଏବଂ ଏହା ଦ୍ୱାରା କ୍ଷତି ସହିଥିବା ପ୍ରତିଲୋକଙ୍କ ପାଇଁ ଆମର ସମବେଦନା ରହିଛି । ସ୍କେଚର୍ସର ଏହି କାର୍ଯ୍ୟଳକଳାପର ଅଂଶବିଶେଷ ହୋଇ ମୁଁ ବେଶ୍ ଗର୍ବ ଅନୁଭବ କରୁଛି । ବାତ୍ୟା ପ୍ରଭାବିତ ପରିବାରଙ୍କ ସହାୟତା ପାଇଁ ଆମେ ଏକାଠି ହେବା ଉଦେ୍ଦଶ୍ୟରେ ଆମେ ଆପଣମାନଙ୍କ ଅଂଶଗ୍ରହଣ ଚାହୁଁଛୁ । ମାଙ୍ଗାଲୋର , କୋଚି ଓ ଆହୁରି ଅନେକ ରାଜ୍ୟକୁ କଭର କରିବା ପରେ ସ୍କେଚର୍ସ ବ୍ରାଣ୍ଡେଡ୍ ଟ୍ରକ୍ ଜୁନ୍ ୭ ତାରିଖରେ ଭୁବନେଶ୍ୱର ଜନପଥ ରୋଡ୍ସ୍ଥିତ ସ୍କେଚର୍ସ ଷ୍ଟୋରରେ ପହଁଚିଛି ।

LEAVE A REPLY

Please enter your comment!
Please enter your name here