ଗତ ୫ଦିନ ହେଲାଣି ନିଖୋଜ ଅଛି ଏଏନ-୩୨ ବିମାନ । ଏଥିରେ ଥିଲେ ଜଣେ ଓଡିଆ ଅଫିସର । ଗଞ୍ଜାମ ଜିଲ୍ଲାର ସୁନିତ ମହାନ୍ତି ଫ୍ଲାଇଟ୍‌ ଲେପ୍ଟନାଣ୍ଟ ଏଏନ-୩୨ ବିମାନରେ ଥିଲେ। ତାଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ବଲିଆପଲ୍ଲୀରେ ବୋଲି ଜଣାପଡ଼ିଛି। ଆସାମ ଜୋରହାଟ୍‌ରେ ସେ କାର୍ଯ୍ୟରତ ଥିଲେ। ଘଟଣା ପରଠୁ ଏଏନ-୩୨ କିମ୍ବା ସୁନିତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନି। ଗତ ତିନି ତାରିଖରେ ଏଏନ-୩୨ ବିମାନ ୧୩ ଜଣଙ୍କୁ ନେଇ ଆସାମର ଜୋରହାଟରୁ ଉଡ଼ାଣ ଆରମ୍ଭ କରିଥିଲା। ଅରୁଣାଚଳର ମେନଚୁକା ଏୟାର ଫିଲ୍ଡରେ ଅବତରଣ କରିବା ପୂର୍ବରୁ ଏହା ନିଖୋଜ ହୋଇଯାଇଥିଲା। ବିମାନକୁ ଖୋଜିବା ପାଇଁ ବାୟୁସେନା ସମେତ ସ୍ଥଳ ସେନା ଅପରେସନ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here