ଉତ୍ତରପ୍ରଦେଶର ଆଗ୍ରା ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣାରେ ୨୯ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଉତ୍ତର ପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମ ବସ୍ ରେ ୪୪ ଜଣ ଯାତ୍ରୀ ଥିଲେ । ବସ୍ ଟି ଯମୁନା ଏକ୍ସପ୍ରେସ୍ ୱେରେ ଥିବା ଏକ ପୋଲରୁ ୩୦ ଫୁଟ ତଳକୁ ଖସିପଡିଥିଲା । ଘଟଣା ସ୍ଥଳରେ ଦମକଳ ବାହିନୀ ଓ ପୋଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି ନଥିଲେ ମଧ୍ୟ ବସ୍ ଟି ଭାରସାମ୍ୟ ହରାଇ ପୋଲତଳକୁ ଖସିପଡିଥିବା ଅନୁମାନ କରାଯାଉଛି । ଦୁର୍ଘଟଣାରେ୨୦ରୁ ଅଧିକ ଜଣ ଯାତ୍ରୀ ଆହାତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଉତ୍ତରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ମୃତକଙ୍କ ପରିବାରକୁ ପାଞ୍ଚଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆହତ ମାନଙ୍କୁ ଉପଯୁକ୍ତ ଚିକିତ୍ସା ପଇଁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here