ବଢିଲା ବସ ଭଡା । ଅର୍ଡିନାରି ବସରେ କିମି ପିଛା ୬୮ ପଇସା ଥିଲା ଯାହାକି ଡିଜେଲ ଦର ବୃଦ୍ଧି ହେବା ପରେ ଏବେ ୬୯ ପଇସା ହୋଇଯାଇଛି । ସେହିଭଳି ଏକ୍ସପ୍ରେସ ଭଡା ଥିଲା ୭୧ ଯାହାକି ୭୨ ପଇସାରେ ପହଁଚିଛି । ଡିଲକ୍ସ କିମି ପିଛା ଥିଲା ୯୭ ପଇସା ଯାହାକି ୯୯ପଇସା ହୋଇଛି ଏବଂ ଏସି ଡିଲକ୍ସ ୧ଟଙ୍କା ଥିବାବେଳେ ଏହା ବୃଦ୍ଧି ହୋଇ ୧ଟଙ୍କା ୨୧ପଇସା ହୋଇଛି । ବଜାରରେ ଡିଜେଲର ଦର ବୃଦ୍ଧି ହୋଇଛି । ତେବେ ଡିଜେଲ ଦର ବୃଦ୍ଧି ହେବା ସହ ଆଜି ବସ୍ ଭଡା ମଧ୍ୟ ବୃଦ୍ଧି କରାଯାଇଛି ।

LEAVE A REPLY

Please enter your comment!
Please enter your name here