କେନ୍ଦୁଝର ଜିଲ୍ଲାରେ ହାତୀଙ୍କ ଦୁର୍ଦାନ୍ତ ଦିନକୁ ଦିନ ବଢ଼ିବାରେ ଲାଗିଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଧୀନରେ ଥିବା ବାମେବାରୀ ଫରେଷ୍ଟ ସେକ୍ସନ ଅର୍ନ୍ତଗତ ମଲଦା ଗାଁରେ ଗତ ବୁଧବାର ରାତିରେ ଘଟିଛି ଦୁଃଖଦ ଘଟଣା । ଘର ଭିତରେ ଗଣେଶ ମୁଣ୍ଡିଆ ଓ ଭଉଣୀ ରାନୀ ମୁଣ୍ଡିଆ ଏବଂ ସାତ ବର୍ଷର ଶିଶୁ କନ୍ୟା ଶୋଇଥିବା ସମୟରେ ହଠାତ୍ ଜଙ୍ଗଲରୁ ହାତୀ ଘରଭିତରେ ପ୍ରବେଶ କରି ନିରିହ ଶିଶୁ କନ୍ୟାକୁ ଶୁଣ୍ଢରେ ଟାଣିନେଇ ବାହାରେ କଚାଡି ଦେଇଥିଲା । ଫଳରେ ଶିଶୁର ମୃତ୍ୟୁ ଘଟିଛି । ଘରେ ଶୋଇଥିବା ଗଣେଶ ଓ ରାନୀ ମଧ୍ୟ ହାତୀ ଆକ୍ରମଣରେ ଆହାତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here