Home Big Story ନନ୍ଦିନୀ ମୃତ୍ୟୁ ପାଇଁ ଦାୟୀ କିଏ? Big StoryTrending News ନନ୍ଦିନୀ ମୃତ୍ୟୁ ପାଇଁ ଦାୟୀ କିଏ? By Takshak Bureau - July 11, 2019 256 0 Facebook Twitter Google+ Pinterest WhatsApp ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନୀରିହ ଜୀବନ । ସବୁଦିନ ଭଳି ନନ୍ଦିନୀ ସ୍କୁଲ ଯାଏ ଏବଂ ସାଙ୍ଗମାନଙ୍କ ସହ ଖେଳାବୁଲା କରେ । ହେଲେ ଗତକାଲି ରାତିରେ ଖାଇ ସାରିବା ପରେ ହଷ୍ଟେଲକୁ ଫେରିବା ବାଟରେ କାନ୍ଥକୁ ଝୁଲିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନନ୍ଦିନୀଙ୍କର ମୃତ୍ୟୁ ହୋଇଛି । ସାଙ୍ଗମାନେ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସବୁ ଚେଷ୍ଟା ବିଫଳ ହୋଇଥିଲା । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ନିଜ ସାଙ୍ଗକୁ ହରାଇ ଭାଙ୍ଗିପଡିଛନ୍ତି ସାଥୀ । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ କୁମୁଡାବାଲି କସ୍ତୁରବା ବାଳିକା ବିଦ୍ୟାଳୟରୁ ଆସିଛି ଏମିତି ଦୁଖଃଦ ଘଟଣା । ଘଟଣାକୁ ନେଇ କୁମୁଡାବାଲି ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା । ଏଠାରେ ପ୍ରଶ୍ନ ଉଠୁଛି ଦୀର୍ଘ ଦିନ ହେବ ସ୍କୁଲ ପରିସରରେ ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ ତାର ଓହଳିଥିବାବେଳେ ତାକୁ ସ୍ଥାନାନ୍ତର କରାଗଲା ନାହିଁ କାହିଁକି? ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ହଷ୍ଟେଲର ୱାଡେନ କଣ କରୁଥିଲେ? ଖବରପାଇ ରାୟଗଡା ଏସପି କସ୍ତୁରବା ବିଦ୍ୟାଳୟକୁ ଯାଇ ତଦନ୍ତ କରି ଫେରିଛନ୍ତି । ସେପଟେ ଜିଲ୍ଲା ଶିକ୍ଷା ଅଧିକାରୀ ମୁନିଗୁଡା ପହଁଞ୍ଚି ମୃତକଙ୍କ ପରିବାରକୁ ସାକ୍ଷାତ କରିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । (ରାୟଗଡାରୁ ସ୍କୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ) RELATED ARTICLESMORE FROM AUTHOR Big Story ବୁଲଡୋଜର ଚଲେଇ ଝୁମ୍ପୁଡି ଲୁଚେଇବାକୁ ପ୍ରୟାସ Big Story ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ Big Story ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ Takshak Bureau - December 30, 2024 0 ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ... ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର Takshak Bureau - November 9, 2024 0 ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର... ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର Takshak Bureau - September 23, 2024 0 ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...