ଫିଲ୍ମ ଫ୍ରାଇଡେରେ ମୁକ୍ତିଲାଭ କରିଛି ସୁପର-୩୦ । ଗଣିତ ବିଶେଷଗ୍ୟ ଆନନ୍ଦ କୁମାରଙ୍କ ଉପରେ ଫିଲ୍ମଟି ପର୍ଯ୍ୟବେଶିତ । ଫିଲ୍ମର ଲିଡ୍ ରୋଲରେ ନଜର ଆସିଛନ୍ତି ହ୍ରିତିକ୍ ରୋଶନ । ସୁପର ୩୦ ପ୍ରୋଗ୍ରାମର ଅଭିଯାନ ଆରମ୍ଭ ହୁଏ ୨୦୦୨ ମସିହାରେ, ବିହାରର ପାଟନା ଠାରେ । ଗଣିତର ଅତ୍ୟନ୍ତ ଶାଣିତ ମସ୍ତିଷ୍କଧାରି ଆନନ୍ଦ କୁମାର ଦାରିଦ୍ର ହେତୁ ଆଗକୁ ପଢିପାରନ୍ତି ନାହିଁ କି ନିଜେ ଆଇଆଇଟିରେ ମଧ୍ୟ ପ୍ରବେଶ କରିପାରନ୍ତି ନାହିଁ,କିନ୍ତୁ ସେ ସ୍ଥିର କରି ନିଅନ୍ତି ସମାଜର ଦରିଦ୍ର ଓ ନିମ୍ନ ବର୍ଗର ମେଧାବି ପିଲା ମାନଙ୍କୁ ଶିକ୍ଷା ଦେଇ ଆଇଆଇଟିରେ ଭର୍ତିି କରିବେ । ସେ ଆରମ୍ଭ କରିଥିବା କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଶତ ପ୍ରତିଶତ ସଫଳତା ଦେଖାଇ ଆସିଛି । ତାଙ୍କଦ୍ୱାରା ମନୋନୀତ ୩୦ ଜଣ ପ୍ରତିଭା ପ୍ରତିବର୍ଷ ଦେଶର ଭିନ୍ନଭିନ୍ନ ଆଇଆଇଟିକୁ ପ୍ରବେଶ କରୁଛନ୍ତି । ସେମାନଙ୍କ ସମସ୍ତ ବ୍ୟୟବହନ କରନ୍ତି ଆନନ୍ଦ କୁମାର । ଏହିସବୁ ଉପରେ ଫିଲ୍ମ ସୁପର ୩୦ ପର୍ଯ୍ୟବେଶିତ ହୋଇଛି । ଏବେ ଆନନ୍ଦ କୁମାର ଜଣେ ଜୀବନ୍ତ କିମ୍ବଦନ୍ତି । ତାଙ୍କର ଏଭଳି ସଫଳତା ଲାଗି ବିଶ୍ୱର ବଡବଡ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ତାଙ୍କୁ ଆମନ୍ତ୍ରଣ କରୁଛନ୍ତି ଓ ସମ୍ମାନ ଦେଉଛନ୍ତି । ସେ ଜଣେ ସଫଳ ଶିକ୍ଷକ କହିଲେ ଭୁଲ୍ ହେବ, ସମାଜ ଓ ସମୟକୁ ବଦଳାଇ ଦେବାର କ୍ଷମତା ରଖିଥିବା ଜଣେ ଧାରା ପ୍ରବର୍ତକ ଭାବେ ତାଙ୍କୁ ଅଭିହିତ କରାଯାଇପାରେ । ଏହି ସିନେମାରେ ଆନନ୍ଦଙ୍କ ଭୂମିକାରେ ହ୍ରିତିକ ରୋଶନ ଅଭିନୟ କରିଛନ୍ତି । ତେବେ ବକ୍ସ ଅଫିସରେ ଫିଲ୍ମଟି କେତେ ବିଜିନେସ କରୁଛି ତାହା ଦେଖିବାକୁ ବାକି ।

LEAVE A REPLY

Please enter your comment!
Please enter your name here