ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ପରାଜିତ ହୋଇ ବିଶ୍ୱକପ୍ ରେ ନିଜର ଅଭିଯାନ ଶେଷ କରିଥିଲା ଭାରତ । ଭାରତର ଏହି ପରାଜୟ ୧୩୩ କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାକୁ ଭାଙ୍ଗି ଚୁରମାର କରିଦେଇ ଥିଲା । ବର୍ତ୍ତମାନ ଭାରତର ପରାଜୟ ପରେ ଆରମ୍ଭ ହୋଇଯାଇଛି ପରାଜୟର କାରଣ ଖୋଜା । ସଚିନ ତେନ୍ଦୁଲକର, ଗାଭାସ୍କରଙ୍କ ଭଳି ବହୁ ବରିଷ୍ଠ ଖେଳାଳି ମାନେ ପରାଜୟ ପାଇଁ ବ୍ୟାଟିଂ ଅର୍ଡରକୁ ଦାୟୀ କରିଛନ୍ତି । ମାତ୍ର ୬ ରନରେ ଭାରତର ମୂଲ୍ୟବାନ ୩ଟି ୱିକେଟ ଯିବା ପରେ ଦଳରେ ଥିବା ଅଭିଙ୍ଗ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବ୍ୟାଟିଂ ନପଠାଇବାକୁ ସମାଲୋଚନା କରିଛନ୍ତି । ୪ ନମ୍ବରରେ ନହେଲେ ମଧ୍ୟ ଧୋନିଙ୍କୁ ୫ ନମ୍ବରରେ ବ୍ୟାଟିଂ ପାଇଁ ପଠାଯାଇ ପାରିଥାନ୍ତା କିନ୍ତୁ କଣ ପାଇଁ ଧୋନିଙ୍କୁ ୭ ନମ୍ବରରେ ବ୍ୟାଟିଂ ପାଇଁ ପଠାଗଲା । ଧୋନିଙ୍କ ଭଳି ଅଭିଙ୍ଗ ଏବଂ ଶ୍ରେଷ୍ଠ ଖେଳାଳି ଦଳରେ ଥିବା ସତ୍ତେବିଶ୍ୱକପ୍ ର ଅଭିଜ୍ଞତା ନଥିବା ଖେଳାଳି ମାନଙ୍କୁ ଧୋନିଙ୍କ ପୂର୍ବରୁ ବ୍ୟାଟିଂ କରିବାକୁ ପଠାଯିବାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି କ୍ରିକେଟ ପ୍ରେମୀ । ଆଜି ଧୋନିଙ୍କ ବ୍ୟାଟିଂ କ୍ରମକୁ ନେଇ ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ ଦଳର କୋଚ୍ ରବି ଶାସ୍ତ୍ରୀ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ରେ ଶାସ୍ତ୍ରୀ କହିଛନ୍ତି ଧୋନିଙ୍କୁ ୭ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ପଠାଯିବା ସମସ୍ତ ଖେଳାଳିଙ୍କର ନିଷ୍ପତି ଥିଲା । ଯଦି ଧୋନି ଚାରି ନମ୍ବରରେ ଆଉଟ ହୋଇ ଯାଇଥାନ୍ତେ ତେବେ ଟିମ୍ ଆହୁରି ଫସି ଯାଇଥାନ୍ତା । ଟିମ୍ କୁ ବିଜୟର ଦ୍ୱାର ଦେଶରେ ପହଞ୍ଚାଇ ବାକୁ ଆଉ ସେମିତି କେହି ଖେଳାଳି ନଥିଲେ ବୋଲି ଶାସ୍ତ୍ରୀ କହିଛନ୍ତି । ରବି ଶାସ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତିଯେ ଧୋନି ଦୁନିଆର ସବୁଠୁ ବଡ ଫିନିସର ଅଟନ୍ତି ଏଣୁ ଦଳକୁ ତାଙ୍କ ଅନୁଭୂତିର ଆବଶ୍ୟକତା ଥିଲା । ଦଳରେ ଜଣେ ମଜଭୁତ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ନଥିବାରୁ ଦଳକୁ ପରାଜୟ ବରଣ କରିବାକୁ ପଡିଲା ବୋଲି ରବି ଶାସ୍ତ୍ରୀ ସ୍ୱୀକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here