ପାଣିରେ ବୁଡି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ  । ମାଲକାନଗିରି ଜିଲ୍ଲା ବଙ୍ଗଲା ଆବାସିକା ବିଦ୍ୟାଳୟରେ ଘଟିଛି ଏଭଳି ଅଘଟଣ । ଘଟଣାକୁ ନେଇ ଆବାସିକ ବିଦ୍ୟାଳୟରେ ଉତ୍ତେଜନା । ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ର ଅମିତ କାଲେକୁରାଙ୍କ ପାଣିରେ ବୁଡି ମୃତ୍ୟୁ  ହୋଇଥିବା ଜଣାପଡିଛି । ତେବେ ଶୌଚ ପାଇଁ ସେ ହଷ୍ଟେଲ ବାହାରକୁ ଯାଇଥିବାବେଳେ ପାଣିରେ ବୁଡି ଯାଇଥିଲେ । ଘଟଣାସ୍ଥଳରେ ମାଲକାନଗିରି ପୋଲିସ ପହଁଞ୍ଚି ତଦନ୍ତ କରୁଛି । ହଷ୍ଟେଲ କର୍ମଚାରୀଙ୍କ ଅବହେଳାରୁ ଛାତ୍ର ଜଣଙ୍କର ମୃତ୍ୟୁ  ହୋଇଥିବା ଅଭିଯୋଗ ହୋଇଛି । ଛାତ୍ର ଜଣକ ହଷ୍ଟେଲରେ ରହୁଥିବାବେଳେ କିପରି ସେ ବାହାରକୁ ଗଲେ ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ହଷ୍ଟେଲକୁ ଅସୁରକ୍ଷିତ କହି ଛାତ୍ରଛାତ୍ରୀମାନେ ହଷ୍ଟେଲ ଛାଡିଛନ୍ତି । ହଷ୍ଟେଲ କର୍ମଚାରୀଙ୍କ ଅବହେଳାରୁ ଛାତ୍ରଙ୍କ ମୃତ୍ୟୁ  ହୋଇଥିବାରୁ ତାଙ୍କୁ ବଦଳି କରିବାକୁ ଦାବି କରିଛନ୍ତି ଅଭିଭାବକ ।

LEAVE A REPLY

Please enter your comment!
Please enter your name here