ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୁଶାନ୍ତ କୁମାର ସାହୁ ନାମକ ଜଣେ ଡ୍ରାଇଭର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଦୀର୍ଘ ଦିନ ଧରି ସୁଶାନ୍ତ ଡ୍ରାଇଭର ଭାବେ କାର୍ଯ୍ୟ କରିଆସୁଥିଲେ । କିନ୍ତୁ ୮ ବର୍ଷ ହେବ ସେ କୌଣସି ପ୍ରକାର ବେତନ ପାଇନାହାନ୍ତି । ଏହାକୁ ନେଇ ସୁଶାନ୍ତ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ସହ ଗୁହାରି କରିଥିଲେ । ହେଲେ ସେ କୌଣସି ପଦକ୍ଷେପ ନେଇ ନାହାନ୍ତି । ଯାହା ଫଳରେ ଗତ ଶୁକ୍ରବାର ଦିନ ସୁଶାନ୍ତ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଦଉଡିଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କରୁକୋଣ୍ଡା ବିଡିଓ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଦେଖି ସୁଶାନ୍ତଙ୍କୁ ଉଦ୍ଧାର କରିଥିଲେ ।